27.1 C
Bhubaneswar
Thursday, April 25, 2024
Homeକରୋନାଦେଶରେ ୬ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତ ୨ ଲକ୍ଷ ୧୬ ହଜାର ୯୧୯

ଦେଶରେ ୬ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତ ୨ ଲକ୍ଷ ୧୬ ହଜାର ୯୧୯

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୧୯ ଥିବାବେଳେ ମୃତ୍ୟୁସଂଖ୍ୟା ୬,୦୭୫ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମିତ ୧୦୬,୭୩୭ ବୃଦ୍ଧି ପାଇଛି ଓ ସୁସ୍ଥ ହେଇଛନ୍ତି ୧୦୪,୧୦୬ ଜଣ। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯,୩୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିିଳିଛି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ ୬୮ ଜଣ, ଆସାମରେ ୪ ଜଣ, ବିହାରରେ ୨୫ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୨ ଜଣ, ଦିଲ୍ଲୀରେ ୬୦୬ ଜଣ, ଗୁଜରାଟରେ ୧୧୨୨ ଜଣ, ହରିୟାଣାରେ ୨୩ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୪ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୫୩ ଜଣ, କେରଳରେ ୧୧ ଜଣ, ଲଦାଖରେ ୧ଜଣ, ମଧ୍ୟପ୍ରଦେଶରେ ୩୭୧ ଜଣ, ମହାରାଷ୍ଟ୍ରରେ ୨୫୮୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୭ ଜଣ, ରାଜସ୍ଥାନରେ ୨୦୯ ଜଣ, ତାମିଲନାଡୁରେ ୨୦୮ ଜଣ, ତେଲେଙ୍ଗାନାରେ ୯୯ ଜଣ, ଉତ୍ତରାଖଣ୍ଡରେ ୮ ଜଣ, ଉତ୍ତରପ୍ରଦେଶରେ ୨୨୯ ଜଣ ଏବଂ ପଶ୍ଚମବଙ୍ଗରେ ୩୪୫ ଜଣ ।
https://onakhabar.com/2020/06/03/coronavirus-active-case-2lakh-cross-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking