ମୟୂରଭଞ୍ଜ – ମୟୂରଭଞ୍ଜ ଜିଲ୍ଲା ଶୀର୍ଷା ପଞ୍ଚାୟତ ଦେଇ ବୋହିଯାଇଥିବା ସୁବର୍ଣ୍ଣରେଖା ନଦୀରେ ଭାସି ଯାଉଥିବା ବେଳେ ଛଅ ଉଦ୍ଧାର,ଭାସି ଗଲେ ୨ଜଣ। ହଠାତ୍ ନଦୀରେ ମାଡି ଆସିଲା ପାଣି। ନଦୀ ଭିତରେ ରହିଗଲେ ୪ ଜଣ ବ୍ୟକ୍ତି ଅନ୍ୟ ଦୁଇ ଭାସିଯିବା ବେଳେ ଗ୍ରାମବାସିଙ୍କ ଉଦ୍ଧାର । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଟାସାହି ଗାଁ ରେ । ଆଜି ସଂଧ୍ୟା ପୂର୍ବରୁ ସୁବର୍ଣ୍ଣରେଖା ନଦୀରେ ହଠାତ୍ ବଢି ପାଣି ମାଡି ଆସିଥିଲା। ତେବେ ନଦୀ ଭିତରେ ରହି ଯାଇଥିବା ୬ଟି ଡଙ୍ଗାକୁ ନଦୀକୂଳକୁ ଆଣିବା ପାଇଁ ଚାରିଜଣ ନଦୀ ଭିତରକୁ ଯାଇଥିଲେ। ତେବେ ହଠାତ ପାଣି ଏତେ ବଢି ଯାଇଥିଲା ଯେ ସେମାନେ କୂଳକୁ ଫେରି ପାରି ନ ଥିଲେ ନଇ ଭିତରୁ ଡାକ ଛାଡ଼ିବା ପରେ ଗ୍ରାମବାସି ଏକଜୁଟ ହୋଇ ରସି ଫିଙ୍ଗି ଥିଲେ, ଗ୍ରାମବାସି କୂଳରୁ ରସି ସହାୟତାରେ ୪ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହଇଥିବା ଲୋକ ହେଲେ ତାଟସାହି ଗ୍ରାମର ରବି ସିଂ(୨୧),ଝଣ୍ଟୁ ସିଂ(୧୯),ରାଜେନ୍ଦ୍ର ରାଉତ(୫୬),ଦେବେନ୍ଦ୍ର ରାଉତ(୪୫)ହଡିବନ୍ଧୁ ଦାସ(୬୦),ଗୁରୁପ୍ରସାଦ ଦାସ(୫୦) । ସେହି ପରି ଅନ୍ୟ ଦୁଇଜଣ ଭାସି ଯାଉଥିବା ବେଳେ ଗ୍ରାମବାସି ସେମାନଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି । ଉଦ୍ଧାର ସମସ୍ତ ବ୍ୟକ୍ତି ଆଖପାଖ ଅଞ୍ଚଳର ହୋଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି । ତେବେ ଭାସି ଯାଇଥିବା ଅନ୍ୟ ଦୁଇଜଣ କୋଉ ଅଞ୍ଚଳର ତାହା ଜଣା ପଡ଼ିନାହିଁ।