39.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗବଜ୍ରଘାତ ନେଲା ୬ ଜୀବନ

ବଜ୍ରଘାତ ନେଲା ୬ ଜୀବନ

କେନ୍ଦୁଝର: ରାଜ୍ୟରେ ଲଘୁଚାପ ପାଇଁ ବର୍ଷା ଲାଗି ରହିଥିଲା । ଏବେ କିଛି ଦିନ ହେବ ପାଗ ଶୁଖିଲା ଥିବା ବେଳେ କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ଏହାସହ ଆଜିଠାରୁ ଆସନ୍ତା ୫ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ନନ୍ଦପ୍ରଦା ଥାନା ବାହାରିପୁର ଗ୍ରାମର ବଲ୍ଳଭ ବେହେରା, ଇଞ୍ଚୋଳ ଗ୍ରାମର ଗଣେଷ ଜେନା , ରାମଚନ୍ଦ୍ରପୁର ଥାନା ସାପୁଆ ସାହିର ପୂର୍ଣ୍ଣ ମୁଣ୍ଡା ବଜ୍ରଘାତରେ ମୃତ୍ୟୁ ଘଟିଛି । ପଣ୍ଡୁଆରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି ।ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜଳେଶ୍ୱର ଅଞ୍ଚଳରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଜଳେଶ୍ୱର ଲକ୍ଷ୍ମଣନାଥର ଜଣେ ଯୁବକ ଓ ଭୋଗରାଇ କାଉବଣିରେ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking