27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଗଙ୍ଗା ସ୍ନାନ କରୁଥିବା ବେଳେ ବୁଡିଗଲେ ୬ ଜଣ

ଗଙ୍ଗା ସ୍ନାନ କରୁଥିବା ବେଳେ ବୁଡିଗଲେ ୬ ଜଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଗଙ୍ଗା ସ୍ନାନ କରୁଥିବା ବେଳେ ବୁଡିଗଲେ ୬ ଜଣ ଲୋକ। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଖୋଜାଚାଲିଛି। ଏମାନଙ୍କ ମଧ୍ୟରେ ୩ ଜଣ ଯୁବକ, ୨ ଜଣ ପିଲା ଏବଂ ଜଣେ ଯୁବତୀ ଥିଲେ। ଘଟଣା ବିଷୟରେ ଖବର ପାଇଁ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ କଠିନ ପରିଶ୍ରମ କରି ଜଣଙ୍କର ମୃତଦେହକୁ ଖୋଜି ପାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ଖୋଜୁଛନ୍ତି। ଘାଟରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି। ବୁଡିଯାଇଥିବା ସମସ୍ତ ଲୋକ ବଲୌର ବରଣ୍ଡାପୁରବା ଅଞ୍ଚଳର ବୋଲି କୁହାଯାଉଛି।

ଖବର ମୁତାବକ, ବୁଡିଯାଇଥିବା ସମସ୍ତ ଯୁବକ ଓ ଯୁବତୀ ଗାଧୋଇବା ପାଇଁ ଗଙ୍ଗା ନଦୀକୁ ଆସିଥିଲେ। କାନପୁରର କାଠି ଘାଟରେ ଗାଧୋଉଥିବା ବେଳେ ଏମାନେ ବୁଡିଯାଇଥିଲେ। ଏମାନଙ୍କ ମଧ୍ୟରେ ୩ ଜଣ ଯୁବକ, ଦୁଇ ଜଣ ପିଲା ଏବଂ ଜଣେ ଯୁବତୀ ସାମିଲ ରହିଥିଲେ। ପିଲା ଏବଂ ଯୁବତୀ ଗଭୀର ପାଣିକୁ ଚାଲିଯାଇଥିଲେ। ଏମାନଙ୍କୁ ବଞ୍ଚାଇବା ଜଣେ ଯୁବକ ଚେଷ୍ଟା କରୁଥିବା ବେଳେ ସମସ୍ତେ ବୁଡିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏନଡିଆରଏଫ ଟିମ୍‌ ୬ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ସମସ୍ତଙ୍କୁ ଖୋଜୁଛି। ଏହାସହିତ ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟକୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking