34.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ଆଉ ୬ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ପହଂଚିଲା ୧୬୯

ରାଜ୍ୟରେ ଆଉ ୬ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ପହଂଚିଲା ୧୬୯

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୬ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ଯାଜପୁର ଜିଲ୍ଲାର ୪ ଏବଂ ଭଦ୍ରକର ୨ ଜଣ ରହିଛନ୍ତି । ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ବାସୁଦେବପୁରର ହୋଇଥିବା ବେଳେ ଆଉ ଜଣେ ଧାମନଗରର ବୋଲି ସୂଚନା ମିଳିଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଂଚିଛି । ଆଜି ସକାଳେ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଜଣେ ଯୁବତୀ ଚିହ୍ନଟ ହୋଇଥିଲେ । ଆଜି ଗୋଟିଏ ଦିନରେ ୭ ଜଣ ଚିହ୍ନଟ ହେଲେଣି । ଯାଜପୁରରେ ୪୮ ଜଣ ପୂର୍ବରୁ ଆକ୍ରାନ୍ତ ଥିବା ବେଳେ ଏବେ ୪ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୫୨ରେ ପହଂଚିଥିବା ବେଳେ ଭଦ୍ରକରେ ଏହି ସଂଖ୍ୟା ୨୧ରେ ପହଂଚିଛି । ତେବେ ଯାଜପୁରରେ ଏବେ ସୁଦ୍ଧା ଜଣେ ମାତ୍ର କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ୫୧ ଜଣ ଏବେ ଚିକିତ୍ସିତ ଅଛନ୍ତି । ରାଜ୍ୟରେ ମୋଟ ୬୦ ଜଣ ବର୍ତମାନ ସୁଦ୍ଧା ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୮ ଜଣ ଚିକିତ୍ସିତ ହେଉଛନ୍ତି । ଯାଜପୁର ଏବେ ରାଜ୍ୟର ହଟସ୍ପଟ ପାଲଟିଛି । ଯାଜପୁରର ବିଭିନ୍ନ ଅଂଚଳକୁ କରୋନା ଅକ୍ଟୋପସ ଭଳି ମାଡିଚାଲିଛି । ତେବେ ଯାଜପୁର ଏବଂ ଭଦ୍ରକରେ ଯେଉଁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି, ସେମାନଙ୍କର କଲିକତା ଲିଙ୍କ ରହିଥିବା ଜଣାପଡିଛି ।
https://onakhabar.com/2020/05/04/one-more-corona-positive-identified-from-sundargarah/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking