33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶନଦୀରେ ବସ ଖସି ୬ ମୃତ, ୨୧ ଗୁରୁତର

ନଦୀରେ ବସ ଖସି ୬ ମୃତ, ୨୧ ଗୁରୁତର

ନୂଆଦିଲ୍ଲୀ : ନଦୀରେ ଖସିଲା ବସ୍ । ୬ ଯାତ୍ରୀ ପ୍ରାଣ ହରାଇବା ସହ ୨୧ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁସାରେ, ବସଟି ଯାତ୍ରୀଙ୍କୁ ନେଇ ତୁରାରୁ ଶିଲଂ ଅଭିମୁଖେ ଯାଉଥିଲା । ତେବେ ନୋଙ୍ଗଚରମରେ ରିଙ୍ଗଡି ନଦୀ ପାର୍ ବେଳେ ଏହା ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡିଥିଲା । ବୁଧବାର ବିଳମ୍ବିତ ରାତ୍ର ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି । ଏନେଇ ମେଘାଳୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିରେ ୬ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୧ ଜଣ ଗୁରୁତର ହୋଇଛନ୍ତି । ବର୍ତମାନ ସୁଦ୍ଧା ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରୁ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ମୃତଦେହକୁ ଶୀଘ୍ର ଉଦ୍ଧାର କରାଯିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ଲେକେ ଓ ପୋଲିସ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି । ଯେଉଁ ବ୍ରିଜରେ ଦୁର୍ଘଟଣା ଘଟିଛି ତାହା ଇଷ୍ଟ୍ ଗାରୋ ହିଲ୍ସ ଓ ଓ୍ୱେଷ୍ଟ୍ ଖାସି ହିଲ୍ସକୁ ସଂଯୋଗ କରିଥାଏ । ଉଦ୍ଧାର ହୋଇଥିବା କିଛି ଯାତ୍ରୀ କହିଛନ୍ତି ଯେ, ବସଟି ଦ୍ରୁତ ଗତିରେ ଯାଉଥିଲା । ତେଣୁ ବ୍ରିଜ ଉପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ତେବେ ମୃତକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking