34.1 C
Bhubaneswar
Friday, March 29, 2024
HomeSCO ବୈଦେଶିକି ମନ୍ତ୍ରୀ ସମ୍ମିଳନୀଏସସିଓ ସମ୍ମିଳନୀ ପାଇଁ ଯୋଗ ଦେବ ୬ ଟି ଦେଶ,ପାକିସ୍ଥାନକୁ ନିମନ୍ତ୍ରଣ କଲା ଭାରତ

ଏସସିଓ ସମ୍ମିଳନୀ ପାଇଁ ଯୋଗ ଦେବ ୬ ଟି ଦେଶ,ପାକିସ୍ଥାନକୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ: ଆସନ୍ତା ୪ ଓ ୫ ତାରିଖରେ ଭାରତର ଗୋଆର ପଣଜୀରେ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ର ବୈଦେଶିକ ମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଙ୍କୁ ଭାରତ ନିମନ୍ତ୍ରଣ କରିଛି। ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି। ଏସସିଓରେ ଭାରତ, ପାକିସ୍ତାନ, ଚୀନ, କାଜାଖସ୍ତାନ, କିର୍ଗିଜସ୍ତାନ, ରୁଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି । ଏହି ବୈଠକ ପାଇଁ ଭାରତର ମନ୍ତ୍ରୀମାନେ ନିଜ ନିଜର ପ୍ରତିପକ୍ଷମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ତାଙ୍କ ପ୍ରତିପକ୍ଷଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ସଦସ୍ୟ ଦେଶର ବୈଦେଶିକମନ୍ତ୍ରୀଙ୍କ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରାଯାଇଛି ।
ଦେଶର ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଖରାପ। ଆହୁରି ମଧ୍ୟ, ବର୍ତ୍ତମାନ କଶ୍ମୀର ଏବଂ ଭାରତ-ପାକିସ୍ତାନ ମାମଲା ବିଶ୍ୱ ପାଇଁ ଏକ ବିରକ୍ତିକର ପୁରୁଣା ବିଷୟ ପାଲଟିଛି। ସେ କହିଛନ୍ତି, ଆର୍ଥିକ ଏବଂ ରାଜନୈତିକ ସ୍ତରରେ ଭାରତ ବିଶ୍ୱରେ ଦ୍ରୁତ ଗତିରେ ଗତି କରୁଛି। କଶ୍ମୀରର ଲୋକମାନେ ଗତ କିଛି ବର୍ଷ ଧରି ଏହି ସମସ୍ୟା ପାଇଁ ମୂଲ୍ୟ ଦେଉଛନ୍ତି। ସେମାନଙ୍କ କହିବାନୁସାରେ, ଏହି ପ୍ରସଙ୍ଗରେ ପାକିସ୍ତାନ ଦ୍ୱାରା ଯାହା କିଛି ଯୁକ୍ତି ଦିଆଯାଉଛି, ସେଗୁଡ଼ିକ ସମ୍ପୂର୍ଣ୍ଣ ନିମ୍ନ ସ୍ତରର । ସେ କହିଛନ୍ତି, କଶ୍ମୀର ବିଷୟରେ ଚିନ୍ତା କରିବାକୁ ପଡିବ କାରଣ ଏଠାକାର ଲୋକମାନେ ବହୁତ କଷ୍ଟ ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking