28.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଉ ୬ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଉ ୬ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ସୀମିତ ରହୁଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩,କଟକରୁ ୨, ଯାଜପୁରର ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୧୧୪ରେ ପହଞ୍ଚିଛି।

ଅନ୍ୟପକ୍ଷରେ, ଆଜି ପୁଣି ୪୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୬୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୨ ଜଣ ଚିହ୍ନଟ ହେବା ସହ ୭୩ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଅନୁଗୁଳରୁ ୫, ବାଲେଶ୍ୱର ୨୮, ବରଗଡ ୪, ଭଦ୍ରକ ୧୦, ବଲାଙ୍ଗୀର ୧, କଟକ ୪୪, ଦେଓଗଡ ୩, ଢେଙ୍କାନାଳ ୧, ଗଜପତି ୩, ଗଞ୍ଜାମ ୮, ଜଗତସିଂହପୁର ୧୦, ଯାଜପୁର ୧୮, ଝାରସୁଗୁଡା ୨, କଳାହାଣ୍ଡି ୧, କେନ୍ଦ୍ରାପଡା ୩, କେନ୍ଦୁଝର ୩, ଖୋର୍ଦ୍ଧା ୨୦୭, କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୧୯, ନବରଙ୍ଗପୁର ୪, ନୟାଗଡ ୪, ପୁରୀ ୭, ରାୟଗଡା ୭, ସମ୍ବଲପୁର ୩, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୧୮ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୦୩,୬୦୩ ଜଣ ସୁସ୍ଥ ହୋଇଥିବା ବେଳେ ୫ ହଜାର ୯୪୮ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking