26.1 C
Bhubaneswar
Friday, March 29, 2024
Homeଅପରାଧ୬ ଆନ୍ତଃଜିଲ୍ଲା ଲୁଟେରା ଗିରଫ 

୬ ଆନ୍ତଃଜିଲ୍ଲା ଲୁଟେରା ଗିରଫ 

ସାକ୍ଷୀଗୋପାଳ : ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥରେ କ୍ରମାଗତ ଭାବେ ଲୁଟ୍‌ତରାଜ୍ କରୁଥିବା ଏକ ଗ୍ୟାଙ୍ଗର ୬ଜଣ ସଦସ୍ୟଙ୍କୁ ସତ୍ୟବାଦୀ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୪ଟି ବିଭିନ୍ନ କମ୍ପାନୀର ମୋବାଇଲ୍‌, ଦୁଇଟି ବାଇକ୍ ଓ ଗୋଟିଏ ସୁନା ମୁଦି ପୁଲିସ ଜବତ କରିଛି । ବିଭିନ୍ନ ଥାନାରେ ଅନେକ ମାମଲା ରୁଜୁ କରାଯିବା ପରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କେ, ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ବଛା ବଛା ପୁଲିସ ଅଧିକାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା ।

ଏହି ଟିମ୍ କଣାସ ବ୍ଲକ୍‌ର ଗଡ଼ିଶାଗଦା ଥାନା ଅନ୍ତର୍ଗତ ନଈକୂଳପାଟଣା ଗ୍ରାମର ବିପିନ ସେଠୀ, ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ଼ହାଟ ଗ୍ରାମର ପ୍ରକାଶ ବରାଳ ଓରଫ ପାକୁଆ, ପଞ୍ଚୁକେରା ଗ୍ରାମର ସନ୍ଦୀପ ପ୍ରଧାନ ଓରଫ ବୁଲୁ, ନହଳା ଗ୍ରାମର ସିଦ୍ଧାନ୍ତ ମଲ୍ଲିକ ଓରଫ ରାଜାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏମାନେ ବିଭିନ୍ନ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବାଇକ୍ ଆରୋହୀଙ୍କଠାରୁ ଲୁଟପାଟ କରୁଥିଲେ । ବିଶେଷକରି ମହିଳାମାନଙ୍କୁ ଏମାନେ ଟାର୍ଗେଟ କରୁଥିଲେ ।  ସୁବିଧା ସୁଯୋଗ ଦେଖିଲେ ଭ୍ୟାନିଟି, ଚେନ୍‌, ମୋବାଇଲ୍ ଝାମ୍ପି ନେଇ ଚମ୍ପଟ ମାରୁଥିଲେ । ଏହି ଲୁଟେରା ମାନେ ଲୁଟ କରିବା ପରେ ବହୁ କମ୍ ଦାମରେ ଲୋକଙ୍କୁ ମୋବାଇଲ୍ ବିକ୍ରି କରୁଥିଲେ । ଚୋରା ମୋବାଇଲ୍ ଓ ସୁନାମୁଦି  ରଖିବା ଅଭିଯୋଗରେ ଡିହସାହିର ଜୟନ୍ତ କୁମାର ସ୍ୱାଇଁ ଓ ଚନ୍ଦନପୁରର ଜିଜ୍ଞାସୁ କୁମାର ସାବତଙ୍କୁ ପୁଲିସ ଗିରଫ କରିଛି ।

ଏହା ସହିତ ଲୁଟତ୍‌ରାଜ୍‌ରେ ବ୍ୟବହାର କରୁଥିବା କଳାରଙ୍ଗର ଏକ ପଲ୍‌ସର (୧୮୦) ଓ ଆପାଚି  ବାଇକ୍‌କୁ ପୁଲିସ ଜବତ କରିଛି । ଏହି ଗ୍ୟାଙ୍ଗ ସହିତ ଅନ୍ୟ କେତେକ ଗ୍ୟାଙ୍ଗ ହଂସପାଳ ଠାରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଲୁଟତରାଜ କରିଥାନ୍ତି ବୋଲି  ଏସ୍‌ଡିପିଓ ଶ୍ରୀ ବରାଳ ସତ୍ୟବାଦୀ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ଲୁଟେରାମାନଙ୍କୁ ରିମାଣ୍ଡରରେ ନେଇ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କହିଛି । ଏହି ଗ୍ୟାଙ୍ଗ୍‌ର ସଦସ୍ୟଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ଜଣାପଡ଼ିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking