39.4 C
Bhubaneswar
Thursday, April 18, 2024
Homeଓଡିଶାଜଙ୍ଗଲରେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ବେଳେ ୬ ଗିରଫ

ଜଙ୍ଗଲରେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ବେଳେ ୬ ଗିରଫ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡସ୍ଥିତ ତେଲକୋଇ ବନାଞ୍ଚଳର ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲରେ ସନ୍ଦେହଜନକ ଭାବେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ୬ଜଣଙ୍କୁ ବନ ବିଭାଗ ଧରିଥିବାବେଳେ ୨ଜଣ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି । ତେବେ ଅଟକମାନଙ୍କ ନିକଟରୁ ବନ୍ଧୁକ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଏବଂ ଏକ କାର୍‌କୁ ବନ ବିଭାଗ ଜବତକରି ତନାଘନା ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ତେଲକୋଇ ବନାଞ୍ଚଳ ବିମଳା ବିଟ୍‌ର ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲରେ ଏକ କାର୍ ଓ ଗୋଟିଏ ବାଇକ୍ ଯୋଗେ କିଛି ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ବନ ବିଭାଗକୁ ଖବର ମିଳିଥିଲା । ଖବର ପାଇ ବନ ବିଭାଗ ସଦଳବଳେ ଜଙ୍ଗଲରେ ପହଞ୍ଚି ସେଠାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଏକ କାରକୁ ଅଟକାଇଥିଲା । କାରରେ ଥିବା ମୟୂରଭଞ୍ଜ ଜିଲ୍ଲା ପିଞ୍ଝବଣିଆ ଗ୍ରାମର ଦୀପକ କୁମାର ସିଂ(୩୯), ବାଲେଶ୍ୱର ଜିଲ୍ଲା ମାର୍କଣାର ଲକ୍ଷ୍ମୀକାନ୍ତ ପଣ୍ଡା(୩୨), କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଧକୋଠା ଗ୍ରାମର ନିରଞ୍ଜନ ବେହେରା(୪୨), ହରିଚନ୍ଦନପୁରର ପ୍ରେମାନନ୍ଦ ଦାସ(୩୬), ହରିଚନ୍ଦନପୁରର ସମ୍ବିତ ମହାନ୍ତି(୩୮), ତେଲକୋଇ କରଦାଙ୍ଗିର କାଳିଆ ସ୍ୱାଇଁ(୩୩)ଙ୍କୁ ବନ ବିଭାଗ କାବୁ କରିଥିବାବେଳେ ବାଇକରେ ଥିବା ୨ଜଣ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି । ଏମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଜନ୍ତୁ ଶିକାର ପାଇଁ ଆବଶ୍ୟକ ପଡୁଥିବା ୧୦ଏମ୍‌ଏମ୍‌ର ୧୦୦ମିଟର ବିଶିଷ୍ଟ ଦଉଡ଼ି, ୪୦ ଏମ୍‌ଏମ୍‌ର ସେଫ୍‌ଟି କ୍ଲିପ୍ ସହିତ ସୁରକ୍ଷା ବେଲ୍ଟ, ମ୍ୟାଗନେଟିକ୍ କମ୍ପାକ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking