29.4 C
Bhubaneswar
Thursday, April 18, 2024
Homeଓଡିଶାବଲାଙ୍ଗୀର ଗସ୍ତରେ 5-ଟି ସଚିବ

ବଲାଙ୍ଗୀର ଗସ୍ତରେ 5-ଟି ସଚିବ

ବଲାଙ୍ଗୀର : ଆଜି ବଲାଙ୍ଗୀର ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5-T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ । ଗସ୍ତ ସମୟରେ 5-T ସଚିବଙ୍କ ଉଚ୍ଚସ୍ତରୀୟ ଟିମ ସକାଳ ୯ଟା ୩୦ମି. ସମୟରେ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରୀପ ଠାରେ ପହଞ୍ଚିଥିଲେ । ସେଠାରୁ ବାହାରି ପ୍ରଥମେ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିଥିଲେ । ବଲାଙ୍ଗୀର ଠାରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ତରଳ ଅକ୍ସିଜେନ ପ୍ଲାଣ୍ଟ ସାଇଡ ବୁଲି କାର୍ଯ୍ୟ ତଦାରଖ କରିବା ସହ ପତିତପାବନ ହାଇସ୍କୁଲକୁ ଥିଲେ , ମେଡିକାଲ କଲେଜ ଠାରେ ୫ଶହ ଶଯ୍ୟା ସଂଖ୍ୟା ବିଶିଷ୍ଟ ହସ୍ପିଟାଲର କାର୍ଯ୍ୟର ସମୀକ୍ଷା, ସେଠାରୁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିସହିତ  ଜିଲ୍ଲାର ଉନ୍ନୟନ କାର୍ଯ୍ୟର ତଦାରଖ କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଅପରପକ୍ଷରେ ଏହି ଗସ୍ତ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନିତିନ କୁସଲକରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗସ୍ତସୁଚି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଆୟୋଜନ ପାଇଁ ସମୀକ୍ଷା କରିଛନ୍ତି । 5-T ସଚିବଙ୍କ ଗସ୍ତସୂଚୀ ଅନୁସାରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଆୟୋଜନର ତଦାରଖ କରିଛନ୍ତି ଜିଲ୍ଲାପାଳ ଓ ଏସପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking