ରାଜ୍ୟରେ ଆଉ ୫୯୫ ପଜିଟିଭ୍ ଚିହ୍ନଟ; ସର୍ବାଧିକ ଗଞ୍ଜାମ, ସଂଖ୍ୟା ଟପିଲା ୧୩ହଜାର

ଭୁବନେଶ୍ବର : ଆଜି ରାଜ୍ୟରେ ୫୯୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ହଜାର ୧୨୧କୁ ବୃଦ୍ଧିପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସµର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  ଚିହ୍ନଟ ହୋଇଥିବା ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ଯରୁ ୩୯୪ ଆକ୍ରାନ୍ତ କ୍ବାରେାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳ  ସ୍ଥାନୀୟମାମଲା ୨୦୧ଜଣ ଅଛନ୍ତି ବୋଲି ଜଣାପଡ଼ିଛି।
ସୂଚନାେଯାଗ୍ୟ ଆଜି ୨୧ଟି ଜିଲ୍ଲାରୁ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୩୦କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଯାଜପୁର ୯୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋଦ୍ର୍ଧାରୁ ୭୬, କୋରାପୁଟରୁ ୪୪, ମାଲକାନଗିରରୁ ୩୬, ଗଜପତିରୁ ୨୦, ବାଲେଶ୍ବର, ଭଦ୍ରକ ଓ କଟକରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ୫, କଳାହାଣ୍ଡିରୁ ୪,  କେନ୍ଦ୍ରାପଡ଼ାରୁ, ରାୟଗଡ଼ା ଓ ସମ୍ବଲପୁର ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  କେନ୍ଦୁଝରରୁ ୩, ମାଲକାନଗିରରୁ ୩୬, ମୟୁରଭଞ୍ଜରୁ ୧୪, ନୟାଗଡ଼ରୁ ୫, ପୁରୀ ୧୦ ଓ ସୁନ୍ଦରଗଡ଼ରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ମାନ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ହଜାର୧୨୧କୁ ବୃଦ୍ଧିପାଇଛି। ସେଥିମଧ୍ଯରୁ  ୬୪ଜଣ ସଂକ୍ରମିତଙ୍କର ମୃତୁ୍ୟ ଘଟିଛି। ୮ହଜାର ୩୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅନ୍ୟ ୪ହଜାର ୬୭୭ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିସôିତ ହେଉଛନ୍ତି।