30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୫୯ ପ୍ରତିଶତ କର୍ମଜୀବୀ ମହିଳା ଆର୍ଥିକ ନିଷ୍ପତ୍ତି ନେବାରେ ନିର୍ଭରଶୀଳ: ସର୍ଭେ

୫୯ ପ୍ରତିଶତ କର୍ମଜୀବୀ ମହିଳା ଆର୍ଥିକ ନିଷ୍ପତ୍ତି ନେବାରେ ନିର୍ଭରଶୀଳ: ସର୍ଭେ

ନୂଆଦିଲ୍ଲୀ :ଏବେ ପ୍ରାୟ ମହିଳା ଆର୍ଥିକ ସ୍ୱାବଲମ୍ବୀ, କିନ୍ତୁ ଆର୍ଥିକ ନିଷ୍ପତ୍ତି ନେବାରେ ବହୁ ପଛରେ । ଏପରିକି ପୁରୁଷଙ୍କ ଉପରେ ନିର୍ଭରଶୀଳ ମଧ୍ୟ । ବିବାହ ପୂର୍ବରୁ ବାପା ଝିଅର ଆର୍ଥିକ ନିଷ୍ପତ୍ତି ନେଉଥିବା ବେଳେ ବିବାହ ପରେ ସ୍ୱାମୀ ସେହି ନିଷ୍ପତ୍ତି ନେଇଥାନ୍ତି । ସେ କ’ଣ ନେଇପାରିବନି ଆର୍ଥିକ ନିଷ୍ପତ୍ତି ?
୧୦ ହଜାର ମହିଳାଙ୍କ ଉପରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ୫୯ ପ୍ରତିଶତ କର୍ମଜୀବୀ ମହିଳା ଘର ଖର୍ଚ୍ଚରେ ସକ୍ରିୟ ଭୂମିକା ତୁଲାଉଥିବା ବେଳେ କୌଣସି ଆର୍ଥିକ ଯୋଜନା ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେଇଥାନ୍ତି । ୪୪ ପ୍ରତିଶତ ମହିଳା ନିଜର ଆର୍ଥିକ ନିଷ୍ପତ୍ତି ନେବାକୁ ଇଛୁକ ହୋଇ ମଧ୍ୟ କାର୍ଯ୍ୟକାରୀ କରି ନଥାନ୍ତି । ୪୧ ପ୍ରତିଶତ କର୍ମଜୀବୀ ମହିଳା ଘର ଖର୍ଚ୍ଚର ଅଧା ବହନ କରିଥାନ୍ତି । ବୃତ୍ତିଗତ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । କିନ୍ତୁ ନିଷ୍ପତ୍ତି ନେବାରେ ସେମାନେ ବେଶ୍ ପଛରେ ପଡିଛନ୍ତି ।
ବିବାହ ଓ ଆର୍ଥିକ ଯୋଜନା ସବେର୍କ୍ଷଣରୁ ଜଣାପଡିଛି ୮୯ ପ୍ରତିଶତ ବିବାହିତ ମହିଳା ଆର୍ଥିକ ଯୋଜନା ପାଇଁ ସ୍ୱାମୀଙ୍କ ଉପରେ ନିର୍ଭରଶୀଳ । ବିବାହ ପୂର୍ବରୁ ବାପା ଝିଅର ଆର୍ଥିକ ନିଷ୍ପତ୍ତି ନେଉଥିବା ବେଳେ ବିବାହ ପରେ ସ୍ୱାମୀ ସେହି ନିଷ୍ପତ୍ତି ନେଇଥାନ୍ତି । ଏଥିରେ କୁହାଯାଇଛି ଯେ ବିବାହ ପୂର୍ବରୁ ସେମାନେ ୨୦/୨୨ ବର୍ଷର ହୋଇଥିବାରୁ ଆର୍ଥିକ ନିଷ୍ପତ୍ତି ବାପାଙ୍କ ଉପରେ ଛାଡିଥାନ୍ତି । କିନ୍ତୁ ବିବାହ ପରେ ଆର୍ଥିକ ନିଷ୍ପତ୍ତି ନେବାର ସ୍ୱାଧିନତାରେ ବିବାହ ପ୍ରତିବନ୍ଧକ ହୁଏ କି?
ଆର୍ଥିକ ଯୋଜନା ଓ ସ୍ୱାଧୀନତା ସର୍ବେକ୍ଷଣରୁ ଜଣାପଡିଛି ଯେ ୩୯ ପ୍ରତିଶତ ମହିଳାଙ୍କ ପାଇଁ ଆର୍ଥିକ ଯୋଜନା କେବଳ ଘରର ମାସିକ ବଜେଟ୍ ଭିତରେ ସୀମାବଦ୍ଧ । ୪୨ ପ୍ରତିଶତ ମହିଳା ଆର୍ଥିକ ଯୋଜନାକୁ ଭଲ ଭାବେ ବୁଝୁଥିବା ବେଳେ ସେମାନଙ୍କ ମଧ୍ୟରେ ରହିଥାନ୍ତି ମାତ୍ର ୧୨ ପ୍ରତିଶତ ଗୃହିଣୀ । କେତେକ ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇଥିଲେ ମଧ୍ୟ କୌଣସି ଆର୍ଥିକ ନିଷ୍ପତ୍ତି ନେବାର ସ୍ୱାଧୀନତା ନଥାଏ । ସେହିପରି ୬୫ ପ୍ରତିଶତ ମହିଳା ଆର୍ଥିକ ନିଷ୍ପତ୍ତି ନିଅନ୍ତି ନାହିଁ । ସର୍ଭେ ଅନୁସାରେ, ମହିଳାମାନେ ନିଜ ପରିବାରର ଆର୍ଥିକ ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତି । କିନ୍ତୁ ନିବେଶ କଥା ଉଠିଲେ ସେମାନେ ଏଫ୍ଡିକୁ ଗୁରୁତ୍ୱ ଦେଇଥାନ୍ତି । ଅନ୍ୟାନ୍ୟ ଦିଗରେ ସେମାନେ ସେତେଟା ସକ୍ରିୟ ହୋଇନଥାନ୍ତି । ଅଧିକ କିଛି ନିବେଶ କଥା ଉଠିଲେ ସେମାନେ ନିଜ ଜୀବନସାଥୀ ଉପରେ ଖୁବ୍ ନିର୍ଭରଶୀଳ ରହିଥାନ୍ତି ।

ହତ୍ୟା ପଛରେ ଷଡଯନ୍ତ୍ର ଅଛି,ସରକାର ଖୁଲାସା କରନ୍ତୁ: ପୃଥ୍ୱୀରାଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking