43 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୫୭୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୫୭୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ହୋଇଥିବାବେଳେ ଆରୋଗ୍ୟ ହାରରେ ମଧ୍ୟ ସୁଧାର ଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୫୭୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ କରୋନା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୮୪୦ରେ ପହଞ୍ଚିଛି।

ତେବେ ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ଭିତରେ – ଅନୁଗୁଳରୁ ୭୮ , କଟକରୁ ୫୪ , ମୟୂରଭଞ୍ଜରୁ ୫୧ , ସୁନ୍ଦରଗଡ଼ରୁ ୪୩ , ବଲାଙ୍ଗିରରୁ ୪୧ , ଖୋର୍ଦ୍ଧାରୁ ୪୦ , ପୁରୀରୁ ୩୭ , ବାଲେଶ୍ୱରରୁ ୩୪ , କଳାହାଣ୍ଡିରୁ ୨୪ , ଜଗତସିଂହପୁରରୁ ୨୦ , ଯାଜପୁରରୁ ୧୮ , ନୂଆପଡ଼ାରୁ ୧୭ , ବରଗଡ଼ରୁ ୧୪ , କେନ୍ଦୁଝରରୁ ୧୪ , କେନ୍ଦ୍ରାପଡ଼ାରୁ ୧୩ , ସମ୍ବଲପୁରରୁ ୧୩ , ଭଦ୍ରକରୁ ୧୨ , ଢ଼େଙ୍କାନାଳରୁ ୮ , ଝାରସୁଗୁଡ଼ାରୁ ୭ , ନବରଙ୍ଗପୁରରୁ ୬  ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ଓ ସୋନପୁରରୁ ୩ ଜଣ ଲେଖାଏଁ, ଗଞ୍ଜାମ, ଦେବଗଡ଼, କନ୍ଧମାଳ, କୋରାପୁଟ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଷ୍ଟେଟପୁଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ୮ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking