ରାଜଧାନୀରୁ ଆଜି ୫୭ ପଜିଟିଭ୍ ଚିହ୍ନଟ

corona case in odisha

ଭୁବନେଶ୍ୱର : ଭୁବନେଶ୍ୱରରେ ଲଗାତର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୫୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୭୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୧୨୭ରେ ପହଞ୍ଚିଥିବା ବେଳେ ୨୯,୨୨୦ ଜଣ ସୁସ୍ଥ ହୋଇଛନ୍ତି। ୬୯୦ ଜଣ ଚିକିତ୍ସିତ ହେଉଛନ୍ତି। ୧୯୬ ଜଣଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ବରରୁ ୫, ପୋଖରୀପୁଟରୁ ୪, ନୟାପଲ୍ଲୀରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here