27.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ସର୍ବାଧିକ ୫୬୫ କରୋନା ରୋଗୀ ସୁସ୍ଥ

ରାଜ୍ୟରେ ସର୍ବାଧିକ ୫୬୫ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୫୬୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଯାହା ପ୍ରକୃତରେ ଏକ ଆଶ୍ୱସ୍ତିର ଖବର । ଗଂଜାମରୁ ସର୍ବାଧିକ ୧୮୫ ଜଣ ସୁସ୍ଥ ହୋଇଥିବା ବେଳେ ରାୟଗଡାରୁ ୮୫ ଜଣ ସୁସ୍ଥ ହୋଇଛନ୍ତି । ବଲାଙ୍ଗୀରରୁ ୪୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୨, ମାଲଗାନଗିରିରୁ ୩୦, ବରଗଡରୁ ୨୪, ସୁନ୍ଦରଗଡରୁ ୨୪, ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଗଜପତି, ଝାରସୁଗୁଡା ଓ ନବରଂଗପୁରରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୁରଭଂଜରୁ ୭ ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୪, ପୁରୀରୁ ୩ ଜଣ ସୁସ୍ଥ ହେବା ସହ ଢେଙ୍କାନାଳ ଓ କେନ୍ଦୁଝରରୁ ୨ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁରରୁ ଜମେ ଲେଖାଏଁ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୭୯୭୨ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking