OnaKhabar

କଟକରୁ ଆଉ ୫୫ ଚିହ୍ନଟ

କଟକ: ଆଜି କଟକ ସହର ରୁ ମୋଟ ୫୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିଲା ବେଳେ ୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ।ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ୨ ଜଣ ପୁରୁଷ (୫୫ ଓ ୮୧ ବର୍ଷ) ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଆକ୍ରାନ୍ତ ହୋଇଛନ୍ତି। ୬ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ତୁଳସୀପୁର ମୁସଲିମସାହିରୁ ୫୭ ଓ ୫୬ ବର୍ଷୀୟା ମହିଳା, ଭାନପୁରରୁ ଜଣେ ୩୧ ବର୍ଷିଅ ପୁରୁଷ, କଲେଜ ରୋଡ ନୂଆବଜାରରୁ ଜଣେ ୫୮ ବର୍ଷିଅ ପୁରୁଷ, ପୁରୁଣା ରାଉସପାଟଣାରୁ ଜଣେ ୬୫ ବର୍ଷୀୟା ମହିଳା ଓ ଗଣେଶ ଘାଟରୁ ଜଣେ ୩୮ ବର୍ଷିଅ ପୁରୁଷ।

ମାଲଗୋଦାମର ବେହେରା ସାହିରୁ ଆଜି ପୁଣି ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୪ ଜଣ ମହିଳା ହୋଇଥିବା ବେଳେ ୮ ଜଣ ପୁରୁଷ। ଏଥିରେ ୫ ବର୍ଷର ୨ ଜଣ ବାଳିକା ଓ ୬୦ ବର୍ଷର ବୃଦ୍ଧ ମଧ୍ୟ ସାମିଲ ଅଛନ୍ତି। ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ଜୋନରୁ ଆଜି ୫ ଜଣ ମହିଳାଙ୍କ ସମେତ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ।

ସେହିପରି ପୂର୍ବରୁ ଚିହ୍ନଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନୂଆପଡ଼ାରୁ ୩ ଜଣ ମହିଳାଙ୍କ ସମେତ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋପାଳପୁରରୁ ଜଣେ ପୁରୁଷ ଓ ୬ଷ୍ଠ ବାଟାଲିଅନରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ନିକଟରେ ଅନ୍ୟ ଜିଲ୍ଲାରୁ ଫେରିଥିଲେ।


Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111