ସାଇଟ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସ୍ପୋର୍ଟ୍ସ ହଷ୍ଟେଲ ଭବାନି ପାଟଣା ଓ ପଦ୍ମଶ୍ରୀ ସ୍ପୋଟିଂ ଫୁଲବାଣି ବିଜୟୀ

ବଲାଙ୍ଗିର(ଦେବାଶିଷ ମିଶ୍ର)- ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି ଆନୁକୁଲ୍ୟରେ ଅନୁଷ୍ଠିତ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ଖେଳରେ ସ୍ପୋର୍ଟ୍ସ ହଷ୍ଟେଲ ଭବାନୀ ପାଟଣା ସୁଶାନ୍ତ ସ୍ୱାଇଁଙ୍କ ଗୋଟିଏ ଗୋଲ ବଳରେ ୟୁନିଟ ୬ ଭୁବନେଶ୍ୱରକୁ ହରାଇ ବିଜୟୀ ହୋଇଛି । ସେହିପରି ଦ୍ୱିତୀୟ ଖେଳରେ ପଦ୍ମଶ୍ରୀ ସ୍ପୋଟିଂ ଫୁଲବାଣି ଅରୁ ଗୁପ୍ତାଙ୍କ ଗୋଟିଏ ଗୋଲ ବଳରେ ବୋରା ସମ୍ବର ସ୍ପୋଟିଂ ପଦ୍ମପୁରକୁ ହରାଇ ବିଜୟୀ ହୋଇଛି । ପ୍ରଥମ ଖେଳରେ ବିପିଆଇଟି ଫୁଲବାଣି ଚେୟାରମ୍ୟାନ ହୃଦୟ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ସିସିଏଫଏ ସଭାପତି ଜ୍ୟୋତିରାଜ ନାଗ ଅତିଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜନ କମିଟର ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର, ସାଙ୍ଗଠାନିକ ସମ୍ପାଦକ ଡ. ସିଦ୍ଧେଶ୍ୱର ମିଶ୍ର, କୋଚ୍ ଚଗଲା ପରିଚ୍ଛା, ଆବାହକ ଶଶିଶେଖର ପଣ୍ଡା ମଂଚାସୀନ ଥିଲେ । ଦ୍ୱିତୀୟ ଖେଳରେ ଜିଲ୍ଲା କ୍ରିଡାସଂସଦର ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଅତିଥିଭାବେ ଯୋଗଦେଇଥିଲେ । ଖେଳକୁ ଶରତ ନନ୍ଦ, ସୁବ୍ରତ ପୁରୋହିତ, ନରର୍ସିଂ ସ୍ୱାମୀ ନାଇଡୁ, ନିସାରକାନ୍ତ ନାଗ, ଦେବରାଜ ନାହାକ ଓ ମ୍ୟାଚ କମିଶନର ସୁନିଲ ଚନ୍ଦ୍ର ବିଶ୍ୱାଳ ପରିଚାଲନା କରିଥିଲେ । ୧୪ ତାରିଖ ଅପରାହ୍ନ ୨ଘ ସମୟରେ ପ୍ରଥମ ସେମିଫାଇନାଲ ଖେଳ ହୋମଗାର୍ଡ ଅନୁଗୁଲ ବନାମ ଇଲେଭେନ୍ ଷ୍ଟାର ବଲାଙ୍ଗିର ଓ ଦ୍ୱିତୀୟ ସେମିଫାଇନାଲ ଅପରାହ୍ନ ଘ.୩.୩୦ମି. ସମୟରେ ସ୍ପୋର୍ଟ୍ସ ହଷ୍ଟେଲ ଭବାନିପାଟଣା ବନାମ ପଦ୍ମଶ୍ରୀ ସ୍ପୋଟିଂ ଫୁଲବାଣି ମଧ୍ୟରେ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।