28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକୋଭିଡ଼ କେନ୍ଦ୍ର ଅଗ୍ନିକାଣ୍ଡ ଘଟଣା : ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ...

କୋଭିଡ଼ କେନ୍ଦ୍ର ଅଗ୍ନିକାଣ୍ଡ ଘଟଣା : ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଭୋର ସମୟରେ ହୋଇଥିବା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବିଜୟୱାଡ଼ାର କୋଭିଡ଼ କେନ୍ଦ୍ରରେ ଆଜି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରଥମେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। କେତେକ ଆହତ ହୋଇଥିଲେ। ନିଆଁ ଲାଗିବା ପରେ ସେଠାରୁ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି। ଏହି କେନ୍ଦ୍ରରେ ପ୍ରାୟ ୪୦ ଜଣ ଲୋକେ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୧୦ ଜଣ ହସ୍ପିଟାଲର କର୍ମଚାରୀ। ନିଆଁ ଲାଗିବାର ଖବର ପାଇ ଘଟଣାସ୍ଥଳରେ ଦମକଳକର୍ମଚାରୀ ପହଂଚି ନିଆଁକୁ ବହୁ କଷ୍ଟରେ ଆୟତ କରିଥଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।ଏହି କୋଭିଡ଼ କେନ୍ଦ୍ରଟି ହେଉଛି ଏକ ହୋଟେଲ। ଯାହାକୁ କୋଭିଡ଼ କେନ୍ଦ୍ର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking