34.1 C
Bhubaneswar
Friday, March 29, 2024
Homeକରୋନାତାଣ୍ଡବ ରଚିଛି କରୋନା : ଭାରତରେ ନେଲାଣି ୫୦୭ ମୁଣ୍ଡ

ତାଣ୍ଡବ ରଚିଛି କରୋନା : ଭାରତରେ ନେଲାଣି ୫୦୭ ମୁଣ୍ଡ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୭କୁ ବୃଦ୍ଧି ପାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୫୭୧୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୨୩୦ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୧୧ଜଣ ମୃତ୍ୟୁ ବରଣ କଲେଣି । ଆନ୍ଧ୍ରପ୍ରଦେଶରେ(୧୫),ଆସାମରେ(୧),ବିହାରରେ(୨),ଦିଲ୍ଲୀରେ(୪୨),ଗୁଜୁରାଟରେ(୫୩), ହରିୟାଣାରେ(୩) ହିମାଚଳ ପ୍ରଦେଶରେ(୧), ଜମ୍ମୁ ଓ କାଶ୍ମୀରରେ(୫) ଝାଡ଼ଖଣ୍ଡରେ(୨) କର୍ଣ୍ଣାଟକରେ(୧୪) କେରଳରେ(୩) ମଧ୍ୟପ୍ରଦେଶରେ(୭୦) ମହାରାଷ୍ଟ୍ରରେ (୨୧୧ ), ଓଡ଼ିଶାରେ(୧) ପଞ୍ଜାବରେ( ୧୩) ରାଜସ୍ଥାନରେ(୧୧) ତାମିଲନାଡୁରେ( ୧୫), ତେଲେଙ୍ଗାନାରେ(୧୮) ଉତ୍ତରପ୍ରଦେଶରେ(୧୪),ମେଘାଳୟରେ (୧) ଓ ପଶ୍ଚିମବଙ୍ଗରେ(୧୨)ଜଣ । କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୩୬୫ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୧୩,୩୭୮ ଏବେ ଚିକିତ୍ସାଧୀନ ଥିବାବେଳେ ୫୨୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨,୪୬୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking