31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମେଲୋଡି ପାଇଁ ୫୦ ହଜାର ଜରିମାନା

ମେଲୋଡି ପାଇଁ ୫୦ ହଜାର ଜରିମାନା

ଜଳେଶ୍ୱର : କରୋନା କାଳରେ ମହଙ୍ଗା ପଡ଼ିଲା ମେଲୋଡି କାର୍ଯ୍ୟକ୍ରମ ।ନିମାତପୁରର ମେଲୋଡି ଆୟୋଜନକାରୀଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି । ଅତିରିକ୍ତ ତହସିଲଦାର ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି । ତେବେ ସୂଚନା ଅନୁଯାୟୀ, ଗତ କାଲି ଭୋଗରାଇରେ ଏକ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା । କୋଭିଡ଼ କଟକଣା ନମାନି ଲୋକଙ୍କ ଗହଳି ଭିତରେ କାର୍ଯ୍ୟକ୍ରମ ଚାଲିଥିଲା ।
ଋାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢିଚାଲିଛି । ଏହି ପରିସ୍ଥିତିରେ ରାଜ୍ୟ ସରକାରଙ୍କ କୋଭିଡ଼ ନିୟମାନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା ପାଇଁ କଡ଼ା କଟକଣା କରାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ମୋଟ ୧,୭୧,୩୪୧ ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧,୩୩,୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୭,୧୪୦ ଜଣ ଏବେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking