ବଲାଙ୍ଗିର, – ସାମାଜିକ ଦୁରତ୍ୱ ପାଇଁ ପ୍ରସ୍ତୁତ ୨୧ ଦିନିଆ ଲକ୍ ଡାଉନ୍ ନିୟମକୁୁ ଉଲ୍ଲଂଘନ କରି ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ଜଣଙ୍କୁ ପୋଲିସ ଗିରଫ କରିଥିବା ସୁଚନା ମିଳିଛି । ପ୍ରଥମେ ୩୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସଂନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ପାଖା ପାଖି ୫୦କୁ ପହଞ୍ଚଛି । ଗିରଫ ହୋଇଥିବା ଲୋକଙ୍କୁ ପୋଲିସ ତରଫରୁ କରୋନା ଓ ଏହାର ଭୟାବହତା ତଥା ଏହାର ପ୍ରତିଷେଧକ ବ୍ୟବସ୍ଥା ଉପରେ ସଚେତନ କରାଯିବା ସହ ବର୍ତ୍ତମାନ ପାଇଁ କେବଳ ନୋଟିସ ଦେଇ ଛାଡି ଦିଆଯିବା ନେଇ ବଲାଙ୍ଗିର ଟାଉନ ଥାନା ଅଧିକାରୀ କହିଛନ୍ତି । ତେବେ ଥାନା ପକ୍ଷରୁ ଏସମ୍ବନ୍ଧିୟ ପୃଥକ ପୃଥକ ୫ଟି କେସ ମଧ୍ୟ କରାଯିବା ସୁଚନା ଥିବା ବେଳେ ଲକ୍ ଡାଉନ୍ କେବଳ ଜନତାଙ୍କ ସୁରକ୍ଷା ପାଇଁ, ଏହାଦ୍ୱାରା ଆମେ ସାମାଜିକ ଦୁରତ୍ୱ ରଖି ନିଜ ତଥା ସମାଜକୁ କରୋନାର କବଳରୁ ବଞ୍ଚଇ ପାରିବା । ଯଦି କେହି ଆଗକୁ ଲକ୍ ଡାଉନ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଟାନ କରଯିବା ନେଇ ପୋଲିସ ପକ୍ଷରୁ ସୁଚାଇ ଦିଆଯାଇଛି ।