30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକୋଭିଡ୍ ଡ୍ୟୁଟି କରିବା ବେଳେ ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ

କୋଭିଡ୍ ଡ୍ୟୁଟି କରିବା ବେଳେ ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ

ୟୁପି : କରୋନା ଦ୍ୱିତୀୟ ଲହର ଦିନକୁ ଦିନ ତୀବ୍ର ରୁପ ନେଉଛି । ଅନେକ ଲୋକ ଏଥିରେ ପ୍ରାଣ ହରାଉଛନ୍ତି । ସେହିପରି ୟୁପିରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି । ସେଠାରେ ବର୍ତ୍ତମାନ ଲକଡାଉନ୍ ଘୋଷଣା ହୋଇଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି । ସେ ଆଜି କୋଭିଡ୍ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍ ଡ଼୍ୟୁଟି ସମୟରେ ଯଦି କୌଣସି ସ୍ୱାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ହୁଏ ତେବେ ତାଙ୍କୁ ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିବ ।

ଗ୍ରାମ୍ୟ ବିକାଶ ଆୟୁକ୍ତ ଏହି ଅନୁଦାନ ରାଶି ସମ୍ପର୍କରେ ଗ୍ରାମ ବିକାଶ ବିଭାଗଙ୍କୁ ଆଦେଶ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, କୋଭିଡ୍-୧୯ର ଉପଚାର ତଥା ସେହି ସମ୍ବନ୍ଧିତ ଡ୍ୟୁଟିରେ ଥିବା ସମୟରେ ଯଦି କରୋନା ସଂକ୍ରମିତ ହୋଇ ମୃତ୍ୟୁ ହୋଇଯାଏ ତେବେ ଗ୍ରାମ୍ୟ ବିକାଶ ବିଭାଗ ର କର୍ମଚାରୀ ଏବଂ ଅଧିକାରୀଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ଅନୁଗ୍ରହ ରାଶି ପ୍ରଦାନ କରାଯିବ । କୋଭିଡ୍ ସଂକ୍ରମଣ ଯୋଗଁ ମୃତ୍ୟୁ ହୋଇଥିବା ନେଇ ମେଡିକାଲ୍ ରିପୋର୍ଟ ଦାଖଲ କଲେ ଏହି ଅନୁଗ୍ରହ ରାଶି ଦିଆଯିବ । ଜିଲ୍ଲା ଅଧିକାରୀଙ୍କ ଦ୍ୱାରା ସ୍ୱୀକାର ପାଇବା ପରେ ଏହି ରାଶି ଉକ୍ତ ପରିବାରକୁ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking