30.1 C
Bhubaneswar
Wednesday, April 24, 2024
Homeଓଡିଶାପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ ମାମଲା : ଅଭିଯୁକ୍ତକୁ ୫ ବର୍ଷ ଜେଲ୍

ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ ମାମଲା : ଅଭିଯୁକ୍ତକୁ ୫ ବର୍ଷ ଜେଲ୍

ଫୁଲବାଣୀ : ଦାୟିତ୍ୱରେ ଥିବା ଜଣେ ପୁଲିସ ଅଧିକାରୀଙ୍କୁ ଆକ୍ରମଣ ମାମଲାର ବିଚାରଣା ଆଜି ଫୁଲବାଣୀ ସିଜେଏମ୍ କୋର୍ଟରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଏହି ମାମଲାରେ ଅଭିଯୁକ୍ତ ଥିବା ଖଜୁରିପଡ଼ା ଥାନା ଅନ୍ତର୍ଗତ କ୍ଷେତାପାଜୁ ଗ୍ରାମର ରାଜୀବ ପ୍ରଧାନକୁ ୫ ବର୍ଷ କାରା ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜରିମାନା ଅନାଦାୟ ଅଧିକା ୬ ମାସ ଜେଲ୍ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ୨୦୧୮ ନଭେମ୍ବର ୧୨ତାରିଖରେ ଫୁଲବାଣୀ ବସ୍ଷ୍ଟାଣ୍ଡରେ ସ୍କିଲ୍ ଡେଭଲପ୍ମେଣ୍ଟର ତାଲିମ୍ ଗୃହରେ କାର୍ଯ୍ୟ କରୁଥିବା ରାଜୀବ ପ୍ରଧାନ ହଠାତ୍ ତାଲିମ୍ କେନ୍ଦ୍ରର ସିସିଟିଭି କ୍ୟାମେରା ସହିତ ଅନ୍ୟଜିନିଷ ପତ୍ର ଭଙ୍ଗାରୁଜା କରିଥିଲା । ଏଥିରେ ମାଲିକ ସବ୍ୟସାଚୀ ମାହାଙ୍କୁଡ଼ ନିବୃତ୍ତ ରହିବା ପାଇଁ କହିଥିଲେ ମଧ୍ୟ ରାଜୀବ ଶୁଣିନଥିଲା । ପରେ ସବ୍ୟସାଚୀ ଏନେଇ ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଏସ୍ଆଇ ତରୁଣ ତପନ ବେହେରା ଘଟଣାସ୍ଥଳରେ ପହଞ୍ôଚଥିଲେ । ଅଭିଯୁକ୍ତକୁ କାବୁ କରିବା ପାଇଁ ଚେଷ୍ଟା କରିଥିବାବେଳେ ସେ ଏକ ଛୁରିରେ ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ପୁଲିସ ଅଧିକାରୀ ଶ୍ରୀ ବେହେରା ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ଉପରୋକ୍ତ ଦଣ୍ଡାଦେଶ ଦିଆଯାଇଥିବା ଅତିରିକ୍ତ ପିପି ଧିରେନ୍ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ଅଭଯୁକ୍ତ ଜଣକ ଆର୍ଥିକ ଅନଗ୍ରସର ଥିବା ଯୋଗୁଁ ନିୟମ ଅନୁସାରେ କୋର୍ଟ ପକ୍ଷରୁ ରାଜୀବଙ୍କ ମାମଲା ଲଢିବା ପାଇଁ ଆଇନଜୀବୀ ଚନ୍ଦ୍ର ଶେଖର ମିଶ୍ରଙ୍କୁ ନିଯୁୁକ୍ତି ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking