29.1 C
Bhubaneswar
Thursday, April 25, 2024
Homeଓଡିଶାବିଧାନସଭାର ୫ କର୍ମଚାରୀ ଙ୍କୁ କରୋନା

ବିଧାନସଭାର ୫ କର୍ମଚାରୀ ଙ୍କୁ କରୋନା

ଭୁବନେଶ୍ଵର:
ରାଜ୍ୟରେ କରୋନା ମହାମାରୀ ମାଢି ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ବିଧାନସଭା । ଆଜି ବିଧାନସଭାର ୫ କର୍ମଚାରୀ କରୋନାରେ ଚିହ୍ନଟ ହୋଇଛନ୍ତି । ୫ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏହା ସହ ସମ୍ପୂର୍ଣ୍ଣ ବିଧାନସଭାକୁ ସାନିଟାଇଜ କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ତେବେ ଏହା ପୂର୍ବରୁ ଷ୍ଟାଣ୍ଡିଂ କମିଟି ବୈଠକରେ ସମ୍ପୃକ୍ତ କର୍ମଚାରୀମାନେ ସାମିଲ ଥିଲେ । ଏହା ସହ ପୂର୍ବରୁ ୨ ବିଧାୟକ ମଧ୍ୟ କରୋନା କବଜାକୁ ଆସିଥିଲେ । ଅନ୍ୟପଟେ ଆଜି ରାଜ୍ୟରେ ସର୍ବାଧିକ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking