27.8 C
Bhubaneswar
Thursday, April 18, 2024
Homeଅପରାଧ୭ ବାଇକ୍ ଜବତ, ୫ ଗିରଫ

୭ ବାଇକ୍ ଜବତ, ୫ ଗିରଫ

ବଲାଙ୍ଗିର : ବଲାଙ୍ଗିର ଟାଉନ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୭ ଚୋରି ବାଇକ୍ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତୁଷୁରା ଥାନା ଟିକ୍ରାପଡା ଗାଁ’ର ରବୀନ୍ଦ୍ର ଦାସ(୨୩), ହରିଶଙ୍କର ମେହେର(୨୬), କଳାହାଣ୍ଡି ଜିଲ୍ଲା ମଦନପୁର ଥାନା ସିକେଲକୁପା ଗାଁ’ର ତପି ରଣା(୨୩), ଟିକ୍ରାପଡାର ନାଥୁ ଦାସ ଓ ହିମାଂଶୁ ମେହେର ।
ସୂଚନା ଅନୁଯାୟୀ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଥିବା ଫାଣ୍ଡିରେ ଏଏସଆଇ ବିଶ୍ୱାମିତ୍ର ଲୋଇ କାର୍ଯ୍ୟରତ ଥିବା ବେଳେ ଏକ ବାଳକ ସନ୍ଧିଗ୍ଧ ଅବସ୍ଥାରେ ମୋଟର ସାଇକଲ ପାର୍କି ଅଂଚଳରେ ବୁଲୁଥିବା ଦେଖିବାକୁ ପାଇଥିଲେ । ବାଳକକୁ ଧରି ଶ୍ରୀ ଲୋଇ ପଚରାଉଚରା କରିବା ସହିତ ତାର ଖାନ ତଲାସୀ କରିଥିଲେ । ବାଳକ ନିକଟରୁ ୭ ଟି ବାଇକ୍ ଚାବି ଶ୍ରୀ ଲୋଇ ପାଇଥିଲେ । ପରେ ସମ୍ପୃକ୍ତ ବାଳକ ସ୍ୱୀକାର କରିଥିଲା । ବାଳକର ବୟାନକୁ ଆଧାର କରି ପୁଲିସ ଚଢାଉ କରି ତୁଷୁରା ଟିକ୍ରାପଡାର ରବୀନ୍ଦ୍ରଙ୍କ ଘରୁ ୫ଟି ବାଇକ୍ ଜବତ କରିଥିଲା । ସେହିପରି ହରିଶଙ୍କରଙ୍କ ଘରୁ ଗୋଟାଏ ଓ ତପିଙ୍କ ଘରୁ ଗୋଟାଏ ଲେଖାଁ ବାଇକ୍ ଜବତ କରିଥିଲା । ତଦନ୍ତ ସମୟରେ ଏହି ଚୋରିରେ ସମ୍ପୃକ୍ତ ଥିବା ପ୍ରମାଣ ପାଇବା ପରେ ପୁଲିସ ନାଥୁ ଦାସ ଓ ହିଂମାଶୁ ମେହେରଙ୍କୁ ମଧ୍ୟ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking