34.1 C
Bhubaneswar
Thursday, April 25, 2024
Homeଓଡିଶାତହସିଲଦାରଙ୍କ ୫ ଟି ପ୍ୟାନ କାର୍ଡ

ତହସିଲଦାରଙ୍କ ୫ ଟି ପ୍ୟାନ କାର୍ଡ

ନିମାପଡା : ଦୁର୍ନୀତିଖୋର ଓ ଲାଂଚୁଆ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ କରିଛି । ତହସିଲଦାରଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ପରେ ସରକାରୀ ଘରେ ଚଢାଉ ପରେ ଆଉ ୫୦ ହଜାର ଟଙ୍କା ଜବତ ହୋଇଛି । ତହସିଲଦାରଙ୍କ କଟକ ସିଡିଏ ସ୍ଥିତ ଘର ସହ ଧାନମଣ୍ଡଳ ଓ ଗରଦପୁର ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ତାଙ୍କ ଠାରୁ 5ଟି ପ୍ୟାନ କାର୍ଡ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ରାମଚନ୍ଦ୍ରଙ୍କ ଘରୁ ଭିନ୍ନ ଭିନ୍ନ ନମ୍ବର ଥିବା 5ଟି ପ୍ୟାନ କାର୍ଡ ମିଳିଛି । ତେବେ ସେହି ପ୍ୟାନ କାର୍ଡ ରେ ବାପାଙ୍କ ନା ମଧ୍ୟ ଭିନ୍ନ ଭିନ୍ନ ଥିବା ଜଣାପଡିଛି । 3ଟି କାର୍ଡ ରେ ବାପା ନାଁ ଖଗେଶ୍ୱର ଜେନା ରହିଥିବା ଜଣାପଡିଛି । ଅନ୍ୟ ଦୁଇଟି କାର୍ଡ ରେ ବାପା ନାଁ ବୈଷ୍ଣବ ଓ ନାରାୟଣ ଜେନା ରହିଛି । ତିନୋଟି ପ୍ୟାନ କାର୍ଡରେ ଜନ୍ମ ବର୍ଷ 1970 ଥିବା ବେଳେ ଅନ୍ୟ ଦୁଇଟିରେ ଭିନ୍ନ ରହିଛି ଗୋଟିଏ ରେ 1970 ଓ ଅନ୍ୟଟିରେ 1972 ଥିବା ଜଣାପଡିଛି । ବର୍ତମାନ ତହସିଲଦାର ଙ୍କ ଅଫିସ ଓ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking