34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଉ ୫କରୋନା ପଜେଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୫କରୋନା ପଜେଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୫ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି କି ପଶ୍ଚିମବଙ୍ଗ ଫେରନ୍ତା କି ନାହିଁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ଛୁଇଁଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି ।
ଗତକାଲି ରାତିରେ ୨୨ଜଣ ବରିଷ୍ଠ ଆଇଏସ୍‌ଙ୍କୁ କରୋନା ମୁକାବିଲା ପାଇଁ ଦାୟିତ୍ୱ ଦିଆଯାଇଛି । ଏଥିମଧ୍ୟରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧୁସୁଦନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ପାଇଁ ଚିନ୍ତା ବଢ଼ିଯାଇଛି । ଗତକାଲି ସକାଳେ ୩ଜଣ କରୋନା ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଂଚଳରେ ଚିହ୍ନଟ ହୋଇଥିଲେ । ଆଜି ଆଉ ୫ଜଣ କରୋନା ପଜେଟିଭ୍ ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩୫ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୭୨ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking