34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଉ ୫କରୋନା ପଜେଟିଭ୍ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି

ରାଜ୍ୟରେ ଆଉ ୫କରୋନା ପଜେଟିଭ୍ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଉ ୫ଜଣ କରୋନା ପଜେଟିଭ୍ ଚିହ୍ନଟ । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରୁ ୭୯କୁ ବୃଦ୍ଧି । ହେଲେ ଆଜିର ଏହି ୫ଜଣ ବାଲେଶ୍ୱର ଅଂଚଳର ବୋଲି ସୂଚନା ମିଳିଛି । ବର୍ତ୍ତମାନ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ଜଣାପଡ଼ି ନାହିଁ । ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ଛୁଇଁଲା । ସେଥିମଧ୍ୟରୁ ୨୫ଜଣ ସୁସ୍ଥ ହୋଇଛନ୍ତି, ଜଣେ ମୃତ୍ୟୁବରଣ କରିଛନ୍ତି ଅନ୍ୟ ୫୩ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧ହଜାର ୭୪୮ଟି ସାମ୍ପଲ ଟେଷ୍ଟ ହୋଇଛି । ଏଯାବତ୍ ୪୮୬୧ଟି ସାମ୍ପଲ୍‌ର ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗର ୱେବ୍‌ସାଇଟ୍‌ରୁ ପ୍ରକାଶ । ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସକାଳେ ଭଦ୍ରକରୁ ୫ଜଣ, ବାଲେଶ୍ୱରରୁ ୨ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ୬ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ ସେଥିମଧ୍ୟରୁ ଯାଜପୁରରୁ ୫ଜଣ ଓ ସୁନ୍ଦରଗଡ଼ରୁ ଜଣେ ପଜେଟିଭ୍ ଚିହ୍ନଟ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking