ଆଉ ୫ ବିଧାୟକଙ୍କୁ କରୋନା !

ଭୁବନେଶ୍ୱର : ଆଉ ୫ ବିଧାୟକ କରୋନା ପଜିଟିଭ୍ ବୋଲି ସୂଚନା ମିଳିଛି । ଗତକାଲି ବିଧାନସଭାରେ ୨୫ ବିଧାୟକଙ୍କ ହୋଇଥିବା କରୋନା ଟେଷ୍ଟରୁ ଆଉ ୫ଜଣ ବିଧାୟକଙ୍କ ପଜିଟିଭ୍ ଆସିଛି ବୋଲି ଜଣାପଡ଼ିଛି । ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର ଓ ବିଧାୟକ ବିକ୍ରମ ପଣ୍ଡା କରୋନାରେ ଆକ୍ରାନ୍ତ ବୋଲି ସୂଚନା ମିଳିଛି ।
ଗତକାଲି ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଜଣ ଚିହ୍ନଟ ହୋଇଥିଲେ, ଆଜି ଆଉ ୧୨ ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାସ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ ବି ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୨ ଜଣ ମନ୍ତ୍ରୀ, ବିଧାୟକ ପଜିଟିଭ ଚିହ୍ନଟ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପ୍ରକାଶ ପାଇଛି । ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ପ୍ରଥମ ଓ ଦ୍ୱିତୀୟ ଦିନରେ ୧୪ ବିଧାୟକ ଓ ମନ୍ତ୍ରୀ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ୧୯ ମନ୍ତ୍ରୀ ଓ ବିଧାୟକ ପଜିଟିଭ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here