27.8 C
Bhubaneswar
Wednesday, April 17, 2024
Homeଓଡିଶାନଦୀ ଆଁ’ରେ ୫ ପରିବାରର ଭିଟାମାଟି

ନଦୀ ଆଁ’ରେ ୫ ପରିବାରର ଭିଟାମାଟି

ଭଦ୍ରକ: ଦୁଇଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ଓ ସମୁଦ୍ର ଜୁଆର ମାଡ଼ରେ ଭଦ୍ରକ ଜିଲ୍ଲା ଆରଡ଼ି ନିକଟ ଶୀତଳପୁର ଗାଁରେ ସାଳନ୍ଦୀ ନଦୀ କୂଳ ଲଙ୍ଘିଛି । ଫଳରେ ନଦୀପଠାକୁ ଲାଗିଥିବା ବାବାଜୀ ପରିଡ଼ା, ପଦ୍ମଲୋଚନ ପରିଡ଼ାଙ୍କ ସହ ୫ଟି ପରିବାରଙ୍କର ଭିଟାମାଟି ଏବେ ନଦୀରେ ଲୀନ ହେବାକୁ ବସିଛି । ଏପରିକି ଗତ ସୋମବାର ଲଗାଣ ବର୍ଷା ଓ ସମୁଦ୍ରର ଜୁଆର ମାଡ଼ରେ ବାବାଜୀ ପରିଡ଼ାଙ୍କ ୨ବଖରା ବାସଗୃହ ସମ୍ପୂର୍ଣ୍ଣ ଭାବେ ନଦୀକୁ ଧସି ଯିବାରୁ ଘରେଥିବା ସମସ୍ତ ଆସବାବପତ୍ର ମାଟି ତଳେ ଚାପି ହୋଇ ରହିଛି । ଫଳରେ ଗତକାଲି ରାତିରୁ ପରିବାର ଲୋକ ନିଜର ଭିଟାମାଟି ଛାଡ଼ି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି ।

କିଛିମାସ ପୂର୍ବରୁ ନଦୀର ଜୁଆର ପାଣି ମାଡ଼ରେ ୪ଟି ପରିବାରଙ୍କର ବାସଗୃହ ଅଣ୍ଟାଏ ଉଚ୍ଚରୁ ଦବିଯାଇଥିଲା । ଏପରି ଘଟଣାର ଖବର ପାଇ ଜିଲ୍ଲା ପ୍ରଶାସନ ପରିବାର ଲୋକଙ୍କୁ ଭେଟିବା ସହ ଉକ୍ତ ସ୍ଥାନ ବିପଦପୂର୍ଣ୍ଣ ଥିବାରୁ ଅନ୍ୟତ୍ର ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟପଟେ ନଦୀରେ ହିଂସ୍ର କୁମ୍ଭୀର ଭୟ ରହିଥିବାରୁ ନଦୀକୂଳିଆ ଭୟରେ ଜୀବନ ବିତାଉଛନ୍ତି । ତା’ସହ ପ୍ରତିଦିନ ନଦୀପଠା ଦେଇ ଯାତାୟତ କରୁଥିବା ସ୍କୁଲ ପିଲା ଓ ଗାଁ ଲୋକଙ୍କ ସୁରକ୍ଷା ପାଇଁ ନଦୀ କଡ଼ରେ ଜାଲ ଘେରାଇଛନ୍ତି ଗାଁ ଲୋକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking