34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପାଣିରେ ବୁଡ଼ିଯାଇ ୫ ଜଣଙ୍କ ସଲିଳ ସମାଧି

ପାଣିରେ ବୁଡ଼ିଯାଇ ୫ ଜଣଙ୍କ ସଲିଳ ସମାଧି

ହରିୟାଣା : ହରିୟାଣାର ଯମୁନାନଗରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ୫ ଜଣ ଗଭୀର ଜଳରେ ବୁଡ଼ିଯାଇଛନ୍ତି । ତେବେ ଏହା ସେମାନଙ୍କ ଭୁଲ ଯୋଗୁଁ ନୁହେଁ ବରଂ ସେମାନଙ୍କ ଉପରେ ଆକ୍ରମଣ ଯୋଗୁଁ ଏପରି ହୋଇଛି । ସୂଚନା ଅନୂଯାୟୀ, ଯମୁନା ନଦୀରେ ଗାଧୋଉଥିବା ୧୦ ଯୁବକଙ୍କ ଉପରେ ଆକ୍ରମଣ ଅନ୍ୟ ଗୋଷ୍ଠୀର ଲୋକମାନେ ଆକ୍ରମଣ କରିଥିଲେ । ଗାଧୋଉଥିବା ଯୁବକଙ୍କ ଉପରେ ଇଟା-ପଥରରେ ଆକ୍ରମଣ ହୋଇଥିଲା ।

ଆଉ ନିଜ ଜୀବନ ବଞ୍ଚାଇବାକୁ ୫ ଜଣ ଅଧିକ ଗଭୀର ପାଣିରେ ପଶିଥିଲେ । ଯେ ପର୍ଯ୍ୟନ୍ତ ସେମାନେ ପାଣିରେ ନଜର ଆସୁଥିଲେ ସେ ପର୍ଯ୍ୟନ୍ତ ଅନ୍ୟ ଗୋଷ୍ଠୀର ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଚାଲିଥିଲେ । ତେବେ ସେମାନଙ୍କୁ ମଧ୍ୟରୁ ୫ ଜଣ ଲୁଚି ଛପି ଖସିଯିବାରେ ସଫଳ ହୋଇଥିଲେ । ଆକ୍ରମଣକାରୀ ବୁଡ଼ିଯାଇଥିବା ଯୁବକଙ୍କ କାରକୁ ବି କ୍ଷତିଗ୍ରସ୍ତ କରିଦେଇଥିଲେ ।

ଖବର ପାଇ ପୋଲିସ ପହଞ୍ଚିଥିଲା ଏବଂ ନିଖୋଜ ଯୁବକଙ୍କ ସନ୍ଧାନ ଆରମ୍ଭ କରିଥିଲା । ଏହି ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ୨ ବର୍ଷ ପୂର୍ବେ ଅନ୍ୟ ଗୋଷ୍ଠୀର ଲୋକଙ୍କ ସହ ଏମାନଙ୍କର ଝଗଡ଼ା ହୋଇଥିଲା । ଯାହାର ମାମଲା ଅଦାଲତରେ ଚାଲୁଛି । ଯାହାକୁ ନେଇ ଦୁଇ ଦିନ ମଧ୍ୟରେ ଶୁଣାଣି ମଧ୍ୟ ରହିଥିଲା । ସେହି ମାମଲାକୁ ନେଇ ଏହି ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking