37.1 C
Bhubaneswar
Thursday, March 28, 2024
Homeଅପରାଧସ୍କର୍ପିଓ-କାର୍‌ ଧକା : ୫ ମୃତ

ସ୍କର୍ପିଓ-କାର୍‌ ଧକା : ୫ ମୃତ

ରାଉରକେଲା: ସ୍କର୍ପିଓ-କାର୍‌ ଧକାରେ ଆଜି ଯାଇଛି ୫ ଜୀବନ | ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଆଜି ସକାଳେ ଘଟିଛି ସଡ଼କ ଦୁର୍ଘଟଣା। ଡିଭାଇଡର ଡେଇଁ ରାସ୍ତା ଅପରପାର୍ଶ୍ୱରେ ଯାଉଥିବା ସ୍କର୍ପିଓକୁ ଧକ୍କା ଦେଲା କାର୍। ଫଳରେ ଉକ୍ତ ସମୟରେ ରାସ୍ତା କାମ କରୁଥିବା ୫ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହୁରି ଜଣେ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି। କାର୍‌ ଓ ସ୍କର୍ପିଓରେ ଥିବା ୬ଜଣ ମଧ୍ୟ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଗୁରୁତର ଓ ଆହତମାନଙ୍କୁ ପ୍ରଥମେ ରାଜଗାଙ୍ଗପୁର ଏବଂ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି । ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ରାଉରକେଲା ପଟୁ ସୁନ୍ଦରଗଡ଼ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍‌ ଯାଉଥିଲା। ଏହି ସମୟରେ ଅପର ପାର୍ଶ୍ୱରୁ ଏକ ସ୍କର୍ପିଓ ରାଉରକେଲା ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ମଝିରେ ଡିଭାଇଡର ଥିବା ସତ୍ତ୍ୱେ ରମା ବହଲ ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking