39.1 C
Bhubaneswar
Wednesday, April 24, 2024
Homeକରୋନାଆଜି ବଲାଙ୍ଗିର ଜିଲ୍ଲାରୁ ୫ ଚିହ୍ନଟ, ତାଲପାଲି ପଡ଼ା ରୁ ୧

ଆଜି ବଲାଙ୍ଗିର ଜିଲ୍ଲାରୁ ୫ ଚିହ୍ନଟ, ତାଲପାଲି ପଡ଼ା ରୁ ୧

ବଲାଙ୍ଗିର, ଜିଲ୍ଲାରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଥିବା ବଲାଙ୍ଗୀର ସହର ତାଲପାଲି ପଡାର ଜଣେ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ।      ପ୍ରଶାସନ ତରଫରୁ ଦିଆ ଯାଇଥିବା ସୂଚନା ଅନୁଯାୟୀ , ଖପ୍ରାଖୋଲ ବ୍ଲକ , ବଙ୍ଗୋମୁଣ୍ଡା ବ୍ଲକ ରୁ ୨ ଜଣ ଓ ବଲାଙ୍ଗୀର ବ୍ଲକ ରୁ  ଜଣେ ଓ ସହରର ତାଲପାଲି ପଡ଼ା ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସମସ୍ତ ଚିହ୍ନଟ ପୁରୁଷ ହୋଇଥିବା ସ୍ଥଳେ  ତାଲପାଲି ପଡାର ଚିହ୍ନଟ ହୋଇଥିବା ପୁରୁଷ ଜଣଙ୍କ ବୟସ ୫୨ ହୋଇଥିବା ବେଳେ ସେ କରୋନା ପଜିଟିଭ ରୋଗୀଙ୍କ ସଂଷ୍ପର୍ଷରେ ଆସି ଆକ୍ରାନ୍ତ ହୋଇଛନ୍ତି । ଖପ୍ରାଖୋଲ ବ୍ଲକ ଦେଦରହ ଗାଁରୁ ଚିହ୍ନଟ ହୋଇଥିବା ଜଣେ ପୁରୁଷଙ୍କ ବୟସ ୨୫ ହୋଇଥିବା ବେଳେ ସେ ମଧ୍ୟ କରୋନା ପଜିଟିଭ ରୋଗୀଙ୍କ ସଂଷ୍ପର୍ଷରେ ଆସି ଆକ୍ରାନ୍ତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ ପୁତୁଲେତଳେ ଓ କନ୍ଦାବାହାଲ ଗାଁରୁ ଚିହ୍ନଟ ହୋଇଥିବା ଉଭୟ ପୁରୁଷ ୨୪ ବର୍ଷର, ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ସିକନ୍ଦରାବାଦ  ଫେରନ୍ତା । ଉଭୟ କ୍ୱାରେଣ୍ଟାଇନରେ ଥିଲେ । ସେହିପରି ବଲାଙ୍ଗିର ବ୍ଲକ ଅଧିନସ୍ତ ବରକାନି ଗ୍ରାମରେ ନୂତନ ଭାବେ ଜଣେ ୫୦ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବା ବେଳେ ସେ ସ୍ଥାନୀୟ ସଂକ୍ରମଣ ର ଶିକାର ହୋଇଥିବା ସରକାରୀ ରିପୋର୍ଟ ରୁ ପ୍ରକାଶ ।  ଆଜି ସୁଦ୍ଧା  ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଙ୍ଖ୍ୟା ୨୯୧ ରେ ପହଂଚି ଥିବା ବେଳେ  ୩୫ କେସ ସକ୍ରିୟ ରହିଛି ଓ ୨୫୬ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking