31.1 C
Bhubaneswar
Friday, March 29, 2024
Homeଓଡିଶାଯାଜପୁର ୫ଟି ବ୍ଲକ୍ ସମ୍ପୂର୍ଣ୍ଣ କଣ୍ଟେମେଣ୍ଟ ଜୋନ୍ ଘୋଷଣା

ଯାଜପୁର ୫ଟି ବ୍ଲକ୍ ସମ୍ପୂର୍ଣ୍ଣ କଣ୍ଟେମେଣ୍ଟ ଜୋନ୍ ଘୋଷଣା

ଯାଜପୁର : କରୋନା ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲାରେ ବୃଦ୍ଧି ପାଉଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ବ୍ଲକ୍‌କୁ ସମ୍ପୂଣ୍ଣ ରୂପେ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ୫ଟି ବ୍ଲକ୍ ହେଲା ଯାଜପୁର ବ୍ଲକ୍‌, ଦଶରଥପୁର ବ୍ଲକ୍‌, ବିଂଝାରପୁର ବ୍ଲକ୍‌, କୋରେଇ ବ୍ଲକ୍‌, ବରୀ ବ୍ଲକ୍ ଓ ଯାଜପୁର ପୌରପାଳିକାର ସମଗ୍ର ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରିଛନ୍ତି । ତେଣୁ ଏହା ୨୭ ।୪ ।୨୦୨୦ ଦିନ ୧୨ ଘଟିକା ଠାରୁ ୨୯ ।୪ ।୨୦୨୦ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଂଚଳକୁ ସଟଡାଉନ୍ ଭଳି ପରିସ୍ଥିତି ବଳବତ୍ତର ରହିବ । ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନ ଖୋଲା ରହିବ । ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ସମୟରେ କ୍ୱାରେଣ୍ଟାଇନ୍‌ରେ ରହୁଥିବା ବ୍ୟକ୍ତିମାନଙ୍କର ସାମ୍ପୁଲ ସଂଗ୍ରହକୁ ତ୍ୱରାନ୍ୱିତ କରାଯିବ । ଯାହା ଫଳରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସୁରକ୍ଷିତ ହୋଇପାରିବ । ତେବେ  ୩୦ ।୪ ।୨୦୨୦ ରିଖ ଠାରୁ ପୂର୍ବାହ୍ନ ୬ଘଟିକାରୁ ୧୧ଘଟିକା ପର୍ଯ୍ୟନ୍ତ ପୂର୍ବ ଆଦେଶ ଅନୁସାରେ ନିର୍ଦ୍ଦାରିତ ଦୋକାନ ଗୁଡ଼ିକ ଖୋଲା ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking