34.1 C
Bhubaneswar
Thursday, April 25, 2024
Homeଅପରାଧଡକାୟତି ଉଦ୍ୟମ ପଣ୍ଡ : ୫ ଗିରଫ

ଡକାୟତି ଉଦ୍ୟମ ପଣ୍ଡ : ୫ ଗିରଫ

ବେଲଗୁଣ୍ଠା : ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ଗାଙ୍ଗପୁର ପୁଲିସ । ଗତ ରାତି ୩.୨୦ ମିନିଟ୍ ସମୟରେ ଗାଙ୍ଗପୁର ଥାନା ଏସଆଇ ପ୍ରମୋଦ ବେହେରା ପାଟ୍ରୋଲିଂ କରୁଥିବା ବେଳେ ସୋମନାଥପଲ୍ଲୀ ନିକଟ ରାସ୍ତାକଡରେ ଦୁଇଟି ବାଇକକୁ ଦେଖି ସନ୍ଦେହ କରିଥିଲେ । କିଛି ଦୂରରେ ଏକ ବୁଦାମୂଳେ ସିରିଜ୍‍ ଡକାୟତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ଉ କରି ୫ ଜଣ ଡକାୟତଙ୍କୁ ଧରିଥିଲା । ତୋରସିଂ ଥାନା କୃଷ୍ଣପଲ୍ଲୀ ଗ୍ରାମର ଡାକ ନାୟକ (୨୧) ଫେରାର ହେବାରେ ସକ୍ଷମ ହୋଇଥିଲା । ଗିରଫ ଡକାୟତମାନେ ହେଲେ ଭଞ୍ଜନଗର ଥାନା ବାଉଁଶଲୁଣ୍ଡି ଗ୍ରାମର ବଳରାମ ନାଇକ ଓରଫ ବଳିଆ (୨୦), ତୋଫାନ ସେଠୀ(୧୯), ଗାଙ୍ଗପୁର ଥାନା ଷଢଙ୍ଗୀପଲ୍ଲୀର ଜଗା ନାୟକ(୨୮), ଧରାକୋଟ ଥାନା ଢ଼ଉଗାଁର ମୁକେଶ ପାଢ଼ୀ ଓରଫ କାଳିଆ (୨୫), ଭଞ୍ଜନଗରର ଏମ୍‍.ଡି ଇମ୍ରାନ୍‍ (୨୮) । ଏମାନଙ୍କ ଠାରୁ ୪ଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଗୋଟିଏ କଟୁରି, ଭୁଜାଲି, ୩ଟି ଲଙ୍କାଗୁଣ୍ଡ ପ୍ୟାକେଟ୍, ୫ଟି ମୋବାଇଲ୍, ଗୋଟିଏ ମଦ ବୋତଲ, ପାଣି ପାଉଚ୍‍, ଗ୍ଲାସ୍, ଗୋଟିଏ ଧଳା ରଙ୍ଗର ପଲସର୍ ଓ ଗୋଟିଏ ହିରୋ ଏଫ୍‍ଏକ୍ସ ସିଡି ଡିଲକ୍ସ ଜବତ କରାଯାଇଛି । ଏମାନେ ଗୋଟିଏ ରାତିରେ ତିନୋଟି ଜାଗାରେ ଡକାୟତି ଯୋଜନା କରିଥିବା ଜେରା ବେଳେ ପ୍ରକାଶ କରିଛନ୍ତି । ଏନେଇ ଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏସଆଇ ଅଜିତ କୁମାର ପରିଡା ମାମଲାର ତଦନ୍ତ ଭାର ନେଇଥିବା ଥାନାଧିକାରୀ ଗିରୀଶ କୁମାର ଦାସ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking