ବିପୁଳ ପରିମାଣରେ ଗଞ୍ଜେଇ ଜବତ : ୫ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲ କ୍ୟାମ୍ପ ନିକଟରେ ଜିଳ୍ଲା ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ସହ ୫ ଜଣକୁ ଗିରଫ କରିଛି। ଏକ ଟାଟାସୁମୋ ଯୋଗେ ଆରଏସସି-୫ ଗ୍ରାମରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ କର୍ମଚାରୀଙ୍କ ସହଯୋଗରେ ଗାଡ଼ିକୁ ଅଟକାଇ ଥିଲେ। ଗାଡ଼ିକୁ ଯାଞ୍ଚ୍ କରିବା ଫଳରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପରେ ଓଜନ କରିବାରୁ ଏଥିରେ ମୋଟ ୧୧୨ କିଲେଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଛି। ଏହାପରେ ଗାଡ଼ି ଓ ଗଞ୍ଜେଇକୁ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଗିରଫମାନେ ବିହାର ଓ ଝାରଖଣ୍ଡ ରାଜ୍ୟର ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ଓ କିଏ ଏମାନଙ୍କୁ ଗଞ୍ଜେଇ ବିକ୍ରି କରିଛି ସେ ନେଇ ତଦନ୍ତ ଜାରୀ ରହିଥିବା ଅବକାରୀ ଅଧୀକ୍ଷକ ଶ୍ରୀ ସେଠ ପ୍ରକାଶ କରିଛନ୍ତି।
https://onakhabar.com/2019/12/26/5-arrested-2/