27.1 C
Bhubaneswar
Thursday, April 25, 2024
Homeଅପରାଧଲୁଟ ଘଟଣାରେ ୫ ଗିରଫ

ଲୁଟ ଘଟଣାରେ ୫ ଗିରଫ

ପାଟଣାଗଡ଼ : ପାଟଣାଗଡ଼ ବେଳପଡ଼ା ପୋଲିସର ସଫଳତା । ଗତମାସ ୧୫ ତାରିଖରେ ବେଳପଡ଼ା ଥାନା ଅନ୍ତର୍ଗତ ତଅଲା ଛକରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀ ସତ୍ୟନାରାୟଣ ରେଡିଙ୍କ ଠାରୁ ପାଞ୍ଚଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଓ ମାଡ଼ ମାରି ୫ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ବେଳପଡ଼ା ଥାନାରେ ଅଭିଯୋଗ କରିବାପରେ ଜିଲ୍ଲା ଏସପି ଏକ ୩ଜଣିଆ ଟିମ ଗଠନ କରିଥିଲେ। ଏହି ଟିମରେ ପ।ଟଣାଗଡ଼ ଏସଡିପିଓ ସୁରେଶ ନାୟକଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର ଓ ବେଳପଡ଼ା ଥାନାଧିକାରୀ ଏସ ଏନ ବରିହା ଘଟଣାରେ ସଂପୃକ୍ତ କଣ୍ଟାବାଞ୍ଜି ଅଞ୍ଚଳର ରିତୁ ମହାନନ୍ଦ, କମଳାକାନ୍ତ ବଏ, ରମେଶ ବଏ, ବିଷ୍ଣୁ ଭରସଗାର ଓ ହେମନ୍ତ ଶବରକୁ ଗିରଫ କରି ଥାନାକୁ ଆଣି ଅଧିକ ପଚରାଉଚୁରା କରିବାରୁ ସେମାନେ ଲୁଟ କରିଥିବା ଘଟଣା ସ୍ୱୀକାର କରିଥିଲେ। ବୁଧବାର ସେମାନଙ୍କୁ ପଟଣାଗଡ଼ ଆଣି ତାଙ୍କ ଠାରୁ ଏକ ଠେଙ୍ଗା ଓ ଖଣ୍ଡା ସହ ୪୯ ହଜାର ୨୦୦ ଟଙ୍କା ୫ ଟି ମୋବାଇଲ ଜବତ କରାଯାଇଛି ବୋଲି ପାଟଣାଗଡ଼ ଏସଡିପିଓ ପ୍ରକାଶ କରିଛନ୍ତି।
https://onakhabar.com/2019/12/25/death-12/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking