29.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶଦିଲ୍ଲୀରେ ୪ର୍ଥ ମଙ୍କିପକ୍ସ ରୋଗୀ; ନାଇଜେରିଆର ମହିଳା ପଜିଟିଭ୍ ଚିହ୍ନଟ

ଦିଲ୍ଲୀରେ ୪ର୍ଥ ମଙ୍କିପକ୍ସ ରୋଗୀ; ନାଇଜେରିଆର ମହିଳା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ସଂକ୍ରମଣ ଚିନ୍ତା ବଢ଼ାଉଛି । କେରଳ ପରେ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁଧବାର ଦିଲ୍ଲୀରେ ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ୩୧ ବର୍ଷୀୟ ଜଣେ ନାଇଜେରିଆର ଯୁବତୀଙ୍କ ନମୁନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି ।

ଦିଲ୍ଲୀରେ ଏପର୍ଯ୍ୟନ୍ତ ୪ଜଣ ବ୍ୟକ୍ତି ମଙ୍କିପକ୍ସ ସଂକ୍ରମିତ ଜଣାପଡ଼ିଛନ୍ତି । ତେବେ ଦେଶରେ ଏପର୍ଯ୍ୟନ୍ତ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ କେରଳରେ ୫ ଜଣ ସାମିଲ ଅଛନ୍ତି । ଦିଲ୍ଳୀରେ ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ହୋଇଥିବା ୩ୟ ବ୍ୟକ୍ତି ମଧ୍ୟ ନାଇଜେରିଆ ନିବାସୀ ଥିଲେ । ୩୫ ବର୍ଷୀୟ ଯୁବକ ଦିଲ୍ଲୀରେ ରହୁଛନ୍ତି । ସେ ନିକଟରେ କୌଣସି ବିଦେଶ ଗସ୍ତ ନ କରି ମଙ୍କିପକ୍ସ ରୋଗର ଶିକାର ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦେଶରେ ମଙ୍କିପକ୍ସ ଦ୍ୱାରା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଥମ ମହିଳା ଅଟନ୍ତି । ମହିଳାଙ୍କୁ ଜ୍ୱର ଓ ତ୍ୱଚାରେ ବଡ଼ ବଡ଼ ଦାନା ହୋଇଥିଲା । ଏହା ପରେ ତାଙ୍କୁ ଏଲଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ବୁଧବାର ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତେବେ ନାଇଜେରିଆର ଏହି ଯୁବତୀ ନିକଟରେ କୌଣସି ବିଦେଶ ଗସ୍ତ କରି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking