34.1 C
Bhubaneswar
Friday, March 29, 2024
Homeଓଡିଶାଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝିଅ ପାଇଲେ ଓଏଏସ

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝିଅ ପାଇଲେ ଓଏଏସ

କେନ୍ଦ୍ରାପଡା଼ : କେନ୍ଦ୍ରପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜୋରାଳ ଗାଁର ଦୋଳଗୋବିନ୍ଦ ସାହୁ ଜଣେ ଚତୁର୍ଥ ଶ୍ରେଣୀ କମଚାରୀ ହେଲେ ବି ତାଙ୍କ ଝିଅ ଦମୟନ୍ତୀ ଓଡିଶା ପବ୍ଲିକ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଓଏଏସ ପାଇଛନ୍ତି । ଯେଉଁଥବ ପାଇଁ ଜୋରାଳ ଗାଁ ଗର୍ବିତ ହୋଇଛି । ଦୋଳଗୋବିନ୍ଦ କଟକର ଶିଳ୍ପ ନିର୍ଦ୍ଦେଶାଳୟରେ ଜଣେ ଚତୁର୍ଥ ଶ୍ରେଣୀର କମଚାରୀ ଭାବେ କାର୍ଯ୍ୟ କରନ୍ତି । ହେଲେ ନିଜ ପିଲାଙ୍କୁ ପାଠ ପଢାଇ ଉଚ୍ଚ ଶିକ୍ଷା ଦେବାକୁ ସେ ସବୁ ପ୍ରକରର ଯତ୍ନ କରିଛନ୍ତି । ତାଙ୍କ ଯତ୍ନର ଫଳ ସ୍ୱରୂପ ତାଙ୍କ ଝିଅ ଦମୟନ୍ତି ଓଏଏଲସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଏବଂ ସାରା ରାଜ୍ୟରେ ସେ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି । ଦମୟନ୍ତୀକଟକର ବକ୍ଲି ଗାର୍ଲସ ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ କରିବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳରୁ ସ୍ନାତକୋତର ଡିଗ୍ରୀ ହାସଲ କରିବା ପରେ ଭାରତ ପ୍ରଶାସନୀକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଓ ଓଡିଶା ପ୍ରଶାସନୀକ ସେବା ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ସେ ସଫଳତା ହାସଲ କରି ନିଜ ପରିବାର ସହ ନିଜ ଅଂଚଳ ଓ ଜିଲ୍ଲାକୁ ଗର୍ବିତ କରିଛନ୍ତି । ତେବେ ୃାଇଏଲଲଏଳସ ହେବା ଦମୟନ୍ତୀଙ୍କ ଲକ୍ଷଡ୍ୟ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking