38.1 C
Bhubaneswar
Saturday, April 20, 2024
Homeକରୋନାଭାରତରେ କରୋନା ନେଲା ୪୮୦ ଜୀବନ

ଭାରତରେ କରୋନା ନେଲା ୪୮୦ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୦କୁ ବୃଦ୍ଧି ପାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୪୩୭୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୯୯୧ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୦୧ଜଣ ମୃତ୍ୟୁ ବରଣ କଲେଣି । ଆନ୍ଧ୍ରପ୍ରଦେଶରେ(୧୪),ଆସାମରେ(୧),ବିହାରରେ(୨),ଦିଲ୍ଲୀରେ(୪୨),ଗୁଜୁରାଟରେ(୪୧), ହରିୟାଣାରେ(୩) ହିମାଚଳ ପ୍ରଦେଶରେ(୧), ଜମ୍ମୁ ଓ କାଶ୍ମୀରରେ(୫) ଝାଡ଼ଖଣ୍ଡରେ(୨) କର୍ଣ୍ଣାଟକରେ(୧୩) କେରଳରେ(୩) ମଧ୍ୟପ୍ରଦେଶରେ(୬୯) ମହାରାଷ୍ଟ୍ରରେ (୨୦୧ ), ଓଡ଼ିଶାରେ(୧) ପଞ୍ଜାବରେ( ୧୩) ରାଜସ୍ଥାନରେ(୧୧) ତାମିଲନାଡୁରେ( ୧୫), ତେଲେଙ୍ଗାନାରେ(୧୮) ଉତ୍ତରପ୍ରଦେଶରେ(୧୪),ମେଘାଳୟରେ (୧) ଓ ପଶ୍ଚିମବଙ୍ଗରେ(୧୦)ଜଣ । କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୫୨ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୧୧,୮୨୫ ଏବେ ଚିକିତ୍ସାଧୀନ ଥିବାବେଳେ ୪୮୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨,୦୪୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking