40.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ଵର, ଭଦ୍ରକ ୪୮ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ; ଘରୁ ବାହାରିଲେ ପୁଲିସ ଟେକିନେବ

ଭୁବନେଶ୍ଵର, ଭଦ୍ରକ ୪୮ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ; ଘରୁ ବାହାରିଲେ ପୁଲିସ ଟେକିନେବ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵର ଏବଂ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ଵରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ କରାଯାଇଛି । ଏହି ନିୟମ ଆଜି ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ। କରୋନା ଭୂତାଣୁ ଚେନକୁ ଭାଙ୍ଗିବାକୁ ରାଜ୍ୟ ସରକାର ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ୪୮ ଘଣ୍ଟା ଏକପ୍ରକାର କର୍ଫ୍ୟୁ ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି । ମାଛ, ମାସଂ, ଅଣ୍ଡା, ପନିପରିବା ଦୋକାନ ବନ୍ଦ ରହିବ। ସେହିପରି ମେଡିକାଲ ସେବା ଉପରେ ମଧ୍ୟ କଟକଣା ଲଗାଯାଇଛି ବୋଲି ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking