୨୪ଘଣ୍ଟାରେ ୪୭,୬୩୪ କରୋନା ଟେଷ୍ଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଥମିବାର ନାଁ ନେଉନି କରୋନା ସଂକ୍ରମଣ । ରାଜ୍ୟରେ ଏଥିସହ ପ୍ରତିଦିନ ଟେଷ୍ଟ ସଂଖ୍ୟା ମଧ୍ୟ ବଢିଚାଲିଛି । ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟରେ ଟେଷ୍ଟ ସଂଖ୍ୟା ବଢିଥିବାରୁ ପ୍ରତିଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭ ହଜାର ୬୩୪ଟି କରୋନା ଟେଷ୍ଟ ହୋଇଛି । ସେଥିମଧ୍ୟରୁ ଆରଟିପିସିଆର ଟେଷ୍ଟ ୬,୬୪୮ଟି ହୋଇଥିବା ବେଳେ ୪୦ହଜାର, ୯୪୫ଟି ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଏଥିସହ ୪୧ଟି ଟ୍ରୁନଟ୍ ଟେଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here