26.7 C
Bhubaneswar
Friday, April 19, 2024
Homeଓଡିଶାଓଡିଶାରେ ଚିହ୍ନଟ ହୋଇଥିବା ୨ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ ଜଣ

ଓଡିଶାରେ ଚିହ୍ନଟ ହୋଇଥିବା ୨ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ ଜଣ

ଭୁବନେଶ୍ୱର : ୧୮୨ ଦେଶକୁ ବ୍ୟାପିଲାଣି ମହାମାରୀ କରୋନା । ଓଡିଶାରେ ଚିହ୍ନଟ ହୋଇଥିବା ୨ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଛନ୍ତି । ତାଙ୍କ ବୟସ ୧୯ ବର୍ଷ । ସେ ୧୮ ତାରିଖରେ ବ୍ରି୍ରଟେନରୁ ଫେରିଥିଲେ । ୧୯ ତାରିଖରୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତଙ୍କ ପରିବାର ଲୋକ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ୪୬ ଜଣଙ୍କ ମଧ୍ୟରୁ ୪୩ଜଣଙ୍କୁ ଚିହ୍ନଟ କରାଯାଇଛି । ବାକି ୩ଜଣଙ୍କୁ ଖୋଜିବା ପାଇଁ ୮ଟି ଟିମ ଲାଗିଛନ୍ତି । ପ୍ରଥମ ଆକ୍ରାନ୍ତ ୩୩ ବର୍ଷୀୟ ବ୍ୟକ୍ତି ଭଲ ଅଛନ୍ତି । ୨ୟ ଆକ୍ରାନ୍ତ ଏମସ୍‌ର କିଛି ଷ୍ଟାଫଙ୍କ ସଂସ୍ପର୍ଶରେ ଆସିଥିବା ଚର୍ଚ୍ଚା ହେଉଛି । ଏମସ୍ ଘଟଣାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏମସ୍ ଆଲୋଚନା, ସମୀକ୍ଷା ସର୍ବୋଚ୍ଚ ସ୍ତରରେ କରାଯାଉଛି । ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
https://onakhabar.com/2020/03/20/second-coron-attacked-person-found-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking