28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଖୋଲିଲା ହୀରାକୁଦ ଡ୍ୟାମର ୪୬ଟି ଗେଟ୍‌

ଖୋଲିଲା ହୀରାକୁଦ ଡ୍ୟାମର ୪୬ଟି ଗେଟ୍‌

ସମ୍ବଲପୁର :ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍ । ଏବେ ୪୬ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ ରୁ ଜଳ ନିଷ୍କାସିତ ହେଉଛି ।ଜଳଧାରଣା କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଏବେ ଜଳ ପତ୍ତନ ୬୨୬.୨୭ ରହିଛି । ଡ୍ୟାମ୍ କୁ ଏବେ ୮ଲକ୍ଷ ୮୩ ହଜାର ୮୫୫ କ୍ୟୁସେକ ଜଳ ପ୍ରବେଶ କରୁଛି । ଆଜି ସକାଳେ ୨ଟି ଗେଟ୍ ଖୋଲିଥିବା ବେଳେ ଏବେ ପୁଣି ଆଉ ଦୁଇଟି ଗେଟ ଖୋଲିଛି । ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଡ଼୍ୟାମର ବିପଦ ସଙ୍କେତ ୬୩୦ ଫୁଟ ରହିଛି । ତେଣୁ ଏବେ ୬୨୬.୨୭ ଥିବା ବେଳେ ଜଳକୁ ଗେଟ ମାଧ୍ୟମରେ ଛାଡ଼ିଦିଆଯାଉଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଲାଗି ରହିଛି ।

ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । କାରଣ ମହାନଦୀର ଉପନଦୀଗୁଡ଼ିକରେ ବନ୍ୟା ଜଳ ଆସିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଓ ଉପନଦୀଗୁଡ଼ିକ ମହାନଦୀ ସହିତ ସଂଲଗ୍ନ ହୋଇଥିବାରୁ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇଛି । ମାତ୍ର ତଳପଟରେ ବର୍ଷା ଛାଡ଼ି ଯାଇଥିବାରୁ ଉପନଦୀଗୁଡ଼ିକରେ ପୂର୍ବାପେକ୍ଷା ବନ୍ୟା ଜଳ କମ ଆସୁଛି ।  ମହନଦୀରେ ଜଳ ସ୍ତର ବଢ଼ିଥିବାରୁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking