34.1 C
Bhubaneswar
Friday, March 29, 2024
Homeକରୋନାଦେଶରେ କରୋନା ନେଲାଣି ୪୫୨ ଜୀବନ

ଦେଶରେ କରୋନା ନେଲାଣି ୪୫୨ ଜୀବନ

ନୂଆଦିଲ୍ଲୀ: ଭାରତରେ ଏବେ କାୟା ମେଲାଉଛି ଆତ୍ମଘାତୀ ଭାଇରସ କରୋନା । ଏହାକୁ ରୋକିବା ପାଇଁ ସରକାର ଲକ ଡାଉନ ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି । ହେଲେ ତଥାପି ପ୍ରତିଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଭାରତରେ ପୁଣି ୧୦୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୮୩୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ଭୟଙ୍କର ଭାଇରସ୍ କରୋନା କାରଣରୁ ଏଯାଏ ମୋଟ ୪୫୨ ଜଣଙ୍କର ମୃତ୍ୟୁ ହେଲାଣି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୦୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ୧୧,୬୧୬ ଜଣଙ୍କ ଶରୀରରେ କରୋନା ଆକ୍ଟିଭ୍ ରହିଛି। ସେହିଭଳି ୧,୭୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ବା ଡିସଚାର୍ଜ ହୋଇଛନ୍ତି। ଅନ୍ୟପକ୍ଷରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜଣେ ଦେଶ ବାହାରକୁ ଯାଇଛନ୍ତି।
ଆଜି ସାମ୍ବାଦିକ ସମ୍ମଳିନୀରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, ଭାରତରେ କରୋନାରୁ ସୁସ୍ଥ ହେବାର ମାତ୍ରା ୮୦:୨୦ ରହିଛି। ଏହା ବେଶ କିଛି ଦେଶଠାରୁ ଅଧିକ ସଫଳ ବୋଲି ସେ କହିଛନ୍ତି। ସେ କହିଛନ୍ତି ଲକ୍ଡାଉନ୍ ପୂର୍ବରୁ ଡବଲିଂ ହାର ୩ ଦିନରେ ଥିଲା। କିନ୍ତୁ ଗତ ୭ ଦିନର ତଥ୍ୟ କହୁଛି ଡବଲିଂ ହାର ଏବେ ୬.୨ ଦିନ ରହିଛି। ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡବଲିଂ ହାର ଜାତୀୟ ଡବଲିଂ ହାରଠାରୁ କମ୍ ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking