ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୧୫୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ଢେଙ୍କାନାଳର ୪ ଜଣ, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ର ୩ ଜଣ ଲେଖାଏଁ, ନୟାଗଡ଼ ଓ ପୁରୀରୁ ୨ ଜଣ ଲେଖାଏଁ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଅନ୍ୟପଟେ, ରାଜ୍ୟରେ ଆଜି ପୁଣି ୨୯୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୭୭ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୦ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୬ରେ ପହଞ୍ଚିଛି ।
ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୮୪ ହଜାର ୨୬୨ ରହିଥିବା ବେଳେ ୩୦ ହଜାର ୫୫୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୬, ବାଲେଶ୍ୱରରୁ ୨୩୭, ବରଗଡ଼ରୁ ୨୨, ଭଦ୍ରକରୁ ୧୬୩, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୯, କଟକରୁ ୪୨୨, ଦେବଗଡ଼ରୁ ୫, ଢେଙ୍କାନାଳରୁ ୭୭, ଗଜପତିରୁ ୬, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୧୩,
କେନ୍ଦ୍ରାପଡ଼ାରୁ ୭୯, କେନ୍ଦୁଝରରୁ ୭୫, କୋରାପୁଟରୁ ୫୫, ମାଲକାନଗିରିରୁ ୫୯, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୯୬, ନୂଆପଡ଼ାରୁ ୮, ପୁରୀରୁ ୧୩୨, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୨, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ୍ ପୁଲ୍ରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।