27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଖୁବ ଶୀଘ୍ର ୫ଜି ସର୍ଭିସ ଦେବ ଜିଓ

ଖୁବ ଶୀଘ୍ର ୫ଜି ସର୍ଭିସ ଦେବ ଜିଓ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତରେ ୫ଜି ସର୍ଭିସ ଆରମ୍ଭ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୩ ତମ ପ୍ରତିଷ୍ଠା ଦିବସ ଅବସରରେ ମୁକେସ ଅମ୍ବାନୀ ଘୋଷଣା କରିଛନ୍ତି । ଆଗାମୀ ୩ ବର୍ଷ ମଧ୍ୟରେ ଜିଓ ୫୦ କୋଟି ମୋବାଇଲ ଗ୍ରାହକଙ୍କ ସହ ଯୋଡିହେବ ବୋଲି ଅମ୍ବାନୀ କହିଛନ୍ତି । ୫ଜି ଟେକ୍ନିକକୁ ଜିଓ ସଂପୂର୍ଣ୍ଣ ରୂପେ ବର୍ତମାନ ବିକଶିତ କରିସାରିଛି , ଯିଏ ଭାରତରେ ଓାର୍ଲ୍ଡ କ୍ଲାସ ସର୍ଭିସ ପ୍ରଦାନ କରିବ । ୫ଜି ସ୍ପେକ୍ଟ୍ରମ ଉପଲବ୍ଧ ହେବା ମାତ୍ରେ ଏହାର ଟ୍ରାଏଲ ଆରମ୍ଭ ହୋଇଯିବ । ୨ଜି ଫୋନ ବ୍ୟବହାର କରୁଥିବା ୩୫ କୋଟି ଭାରତୀୟଙ୍କୁ ଶସ୍ତା ସ୍ମାର୍ଟଫୋନ ପ୍ରଦାନ କରିବା ଏବେ ମୂଳ ଲକ୍ଷ୍ୟ ରହିଛି । ଗୁଗୁଲ ସହ ଯୋଡି ହୋଇ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଉପରେ ଆଧାରିତ ୪ଜି-୫ଜି ସ୍ମାର୍ଟଫୋନ ପ୍ରସ୍ତୁତ କରାଯିବ । ରିଲାଏନ୍ସ ଇଣ୍ଡଷ୍ଟ୍ରି ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଭର୍ଚୁଆଲ ଅନଲାଇନ ଏଜିଏମ ଜରିଆରେ ଭାରତ ସମେତ ଆମେରିକା, ୟୁକେ, କନ୍ନାଡା, ଜାପାନ, ହଂକଂ ସମେତ ପୁରା ଦୁନିଆରେ ଥିବା ୨୬ ଲକ୍ଷ ସେୟାରହୋଲ୍ଡରଙ୍କୁ ସେ ସମ୍ବୋନ୍ଧିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking