ଆଜି ରାଜ୍ୟରେ ୪୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩୩୦ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୭୪ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୩୩୦ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ଟି ଓ କଟକ ଜିଲ୍ଲାରୁ ୫୪୯ଟି ମାମଲା ରହିଛି ।
୪୨୭୦ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୭୪୬୯ ଥିବାବେଳେ ୧୪୧୬୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୯୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୭,୬୬,୯୭୬ଟି କରୋନା ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here