28.1 C
Bhubaneswar
Friday, March 29, 2024
Homeଓଡିଶାପଦ୍ମପୁର ସବ୍‌ଜେଲ୍‌ରୁ ୮୩ କଏଦୀ ପଜିଟିଭ୍ ଚିହ୍ନଟ

ପଦ୍ମପୁର ସବ୍‌ଜେଲ୍‌ରୁ ୮୩ କଏଦୀ ପଜିଟିଭ୍ ଚିହ୍ନଟ

ବରଗଡ଼ : ପଦ୍ମପୁର ସବ୍‌ଜେଲ୍‌ରୁ ୮୩ କଏଦୀ ପଜିଟିଭ୍ ଚିହ୍ନଟ । ସବ୍‌ଜେଲ୍‌ରେ ମୋଟ୍ ୧୨୫ ଜଣଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୮୩ଜଣଙ୍କ ପଜିଟିଭ୍ ଆସିଛଇ ବୋଲି ଜଣାପଡ଼ିଛି । ଚିହ୍ନଟ ପଜଚଜିଟିଭ୍‌ଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି ବୋଲି ସିଡିଏମ୍‌ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ  କଏଦୀ ମାନଙ୍କୁ ଡବଲ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଝାରପଡ଼ା ଜେଲ୍‌ରେ ୯୬ ଅନ୍ତେବାସୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପଜିଟିଭ୍‌ ଚିହ୍ନଟ କଏଦୀ ମାନଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି। ଜେଲ୍‌ରେ ସଂକ୍ରମିତଙ୍କ ପାଇଁ ୧୦୦ବେଡ୍‌ ବିଶିଷ୍ଟ ଆଇସୋଲେସନ୍‌ ୱାର୍ଡ କରାଯାଇଛି। ସେଠାରେ ୨ଜଣ ପାରାମେଡିକାଲ ଷ୍ଟାଫ୍‌ ଓ ଜଣେ ନର୍ସ ଅଛନ୍ତି। ଯେଉଁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଛି ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍‌ ଅନୁସାରେ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ନିୟମିତ ଭାବେ ଝାରପଡ଼ା ଜେଲ୍‌ରେ ସାନିଟାଇଜ୍‌ କରାଯିବା ସହ କଏଦୀଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking